Advertisment

ସରକାରକା ମାଲ୍‌ ଦରିଆ ମେ ଡାଲ, ପାଣିରେ ପଡ଼ିଲା ୨ କୋଟି ୯୦ ଲକ୍ଷ

କାମ ଠିକରେ ହୋଇନଥିଲା କି ? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି।

author-image
Prangyan Parimita
ଅଦ୍ୟତନ ହୋଇଛି
newly constructed Boundary wall collapses in Odisha

jojanara Na Hariloot

କାମ ନସରୁଣୁ ଭୁଶୁଡ଼ିଲା ପାଚେରି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣି ପଞ୍ଚାୟତରେ ନିର୍ମାଣାଧୀନ ଗ୍ରାମୀଣ ପାର୍କର ପାଚେରି ଭୁଶୁଡ଼ି ପଡିଛି। ସେହିପରି ବର୍ଷେ ନପୂରୁଣୁ ଭୁଶୁଡ଼ିଲା ମାର୍କେଟ ୟାର୍ଡ ପାଚେରି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ୨ କୋଟି ୯୦ ଲକ୍ଷ ଟଙ୍କାର ଏତେ ବଡ଼ ପ୍ରୋଜେକ୍ଟରେ ଏମିତି କିଭଳି ହୋଇଥିଲା ନିମ୍ନମାନର କାମ, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଅଧିକ ପଢ଼ନ୍ତୁ: ଦିଗହରା ସରକାରୀ ପ୍ରକଳ୍ପ,ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍

ଚାଷୀଙ୍କ ସୁବିଧା ପାଇଁ ୮ ମାସ ତଳେ ବିନିକା କଇଁତରା ଗାଁରେ ନିର୍ମାଣ ହୋଇଥିଲା ନିୟନ୍ତ୍ରିତ ବଜାର କମିଟି ବା RMC । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୨ କୋଟି ୯୧ ଲକ୍ଷ ଟଙ୍କା। ହେଲେ ଉଦଘାଟନର ମାତ୍ର ୮ ମାସ ଭିତରେ ଭାଙ୍ଗି ଚୁରମାର ହୋଇଯାଇଛି ବାଉଣ୍ଡରି ୱାଲ । ରାଗରେ ଗରଗର ଅଞ୍ଚଳର ଶହ ଶହ ଚାଷୀ। ପାଚେରି ଭାଙ୍ଗି ଯାଇଥିବାରୁ ଚାଷୀମାନେ ଏଠାକୁ ଧାନ ବିକ୍ରି ପାଇଁ ଆଣିଲେ ଚୋରି ହେବାର ସମ୍ଭାବନା ରହିଥିବା କହିଛନ୍ତି।

୨ କୋଟି ୯୧ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ଏହି ମାର୍କେଟ ୟାର୍ଡ। ଏତେ ବଡ଼ କାମରେ କେମିତି ଭୁଶୁଡିଲା ପାଚେରି ? କାମ ଠିକରେ ହୋଇନଥିଲା କି? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି। ଠିକାଦାର, ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ଉପର ଠାଉରିଆ କାମ ହୋଇଥିବାରୁ ଏମିତି ହେଲା, ଯାହାର ତଦନ୍ତ କରାଯାଉ।

Advertisment

ଅଧିକ ପଢ଼ନ୍ତୁ: ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ, ମାସେ ନପୂରୁଣୁ ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା

କେବଳ RMC ପାଚେରି ନୁହେଁ, ଗ୍ରାମୀଣ ପାର୍କର ପାଚେରି କାମରେ ବି ଦୁର୍ନୀତି। ପାର୍କ କାମ ନସରୁଣୁ ଭୁଶୁଡ଼ି ପଡିଛି ପାଚେରି। ବିନିକା ବ୍ଲକ ବାଉଁଶୁଣି ପଞ୍ଚାୟତ ବାଉଁଶୁଣି ଗାଁରେ ଚାଲିଛି ଏକ ଗ୍ରାମୀଣ ପାର୍କ। NREGS ଫଣ୍ଡରୁ ୮ ଲକ୍ଷ ୮୦ ହଜାର ଟଙ୍କା ଏଷ୍ଟିମେଟରେ ପାର୍କ କାମ ଚାଲିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୩୦ ହଜାର ଟଙ୍କା ବିଲ୍ ସରିଗଲାଣି, କାମ ସମ୍ପୂର୍ଣ୍ଣ ହୋଇନି। ଏଠି ବି ନିମ୍ନମାନର କାମ ଯୋଗୁଁ ବର୍ଷାରେ ପାଚେରି ଭୁଶୁଡ଼ି ପଡିଛି।

ପାର୍କ ହେଲେ ଛୋଟଠୁ ବଡ଼ ସମସ୍ତେ ଏଠାରେ ଖେଳାବୁଲା କରିବେ ବୋଲି ଆଶା ରଖିଥିଲେ ଗ୍ରାମବାସୀ। ହେଲେ ପାର୍କ ସରିବା ପୂର୍ବରୁ ପାଚେରି ଧସି ଯାଇଥିବାରୁ ଗ୍ରାମବାସୀ ବାରିଛନ୍ତି ଦୁର୍ନୀତିର ଗନ୍ଧ। ଏପରିକି ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ କେତେ ଟଙ୍କାର କାମ, ସେନେଇ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। ତେବେ ଏନେଇ ବାଉଁଶୁଣି ପଞ୍ଚାୟତ ପିଇଓଙ୍କୁ ପଚାରିବାରୁ ସେ କହିଛନ୍ତି, ବିଡିଓଙ୍କୁ ଅବଗତ କରାଯାଇଛି, ପଦକ୍ଷେପ ନିଆଯିବ।

ତେବେ ମାର୍କେଟ ୟାର୍ଡ ଓ ପାର୍କ ପାଚେରି ଭାଙ୍ଗି ଚୁରମାର ହେବା ପରେ ଗୋଟିଏ କଥା ସ୍ପଷ୍ଟ, ଠିକାଦାର, ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି।

Jojanara Na Hariloot Yojanara Na Hariloot
Advertisment
Advertisment