/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692550728.jpg)
Uttarakhand bus accident
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୨୭ଜଣ ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନିଠାରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
Advertisment
ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟିରେ ଗୁଜରାଟର ଯାତ୍ରୀମାନେ ଥିବା ସୂଚନା ମିଳିଛି । ବସରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର ଆହତମାନଙ୍କ ଚିକିତ୍ସା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପ୍ରଶାସନକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)