/odishatv-khabar/media/post_attachments/uploadimage/library/16_9/16_9_0/_Kalahandi_1692593813.jpg)
Kalahandi
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ବିଳମ୍ବିତ ରାତି ଗାଁର ଜଣେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିବା ସୂଚନା ମିଳିଛି । ଡକାୟତ ଦଳ ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଡକାୟତ ଦଳ ଘରେ ପଶି ସମସ୍ତ ସଦସ୍ୟଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ବନ୍ଦ କରିଦେଇଥିଲେ ।
Advertisment
ପରେ ଘରର ସମସ୍ତ ଆସବାବପତ୍ର ଭାଙ୍ଗି ଚୁରମାର କରିଦେଇଥିଲେ । ସୁନା ଅଳଙ୍କାର ଲୁଟ ପରେ ପାଚେରୀ ଡେଇଁ ଯାଉଥିବା ବେଳେ ୧୨ଜଣିଆ ଡକାୟତ ଦଳ ମଧ୍ୟରୁ ଜଣେ ସଦସ୍ୟ ପାଚେରୀରୁ ଖସିପଡ଼ିବାରୁ ତା’ ଗୋଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଘଟଣା ସ୍ଥଳରୁ ଯାଇପାରିନଥିଲା । ଲୋକଙ୍କ ହାତରେ ଧରାପଡ଼ିଯିବା ପରେ ଉତ୍ତମ ମଧ୍ୟମ ଖାଇଛି ଚୋର ।
ସ୍ଥାନୀୟ ଲୋକେ ଏବେ ତାକୁ ଧରି ପୋଲିସ ଜିମା ଦେଇଛନ୍ତି । ଥାନାରେ ଅଟକ ରଖି ଘଟଣାର ଛାନଭିନ ଜାରି ରଖିଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)