• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲର ମାଡାମଙ୍କୁ ମୁଣ୍ଡ ଦରକାର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର । ଭାଇରାଲ୍ ହେଉଥିବା ଏକ ଅଡିଓରେ ଏଭଳି ଶୁଣିବାକୁ ମିଳୁଛି । ତେବେ ଜେଲରେ କଏଦୀଙ୍କ ସୁରକ୍ଷା କଥା ବୁଝୁଥିବା କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ମ୍ୟାଡ଼ମ ଜଣକ ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁକୁ ନେଇ ମଧ୍ୟ ସନ୍ଦେହ ଘେରକୁ ଆସିଥିଲେ । ଆଉ ଏବେ ମ୍ୟାଡ଼ମ ମୁଣ୍ଡ ଦରକାର ଡାଏଲଗ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ମୁଣ୍ଡ ଦରକାର ? କାହାର ମୁଣ୍ଡ ଦରକାର ? ବ୍ୟକ୍ତିଗତ ଶତ୍ରୁତା ନା ବୃତ୍ତିଗତ ସମସ୍ୟାରୁ ପ୍ରତିଶୋଧ ନେବାକୁ ଚାହୁଛନ୍ତି ? ସେ ବିଷୟରେ ପ୍ରଥମେ ମୁହଁ ଖୋଲିନଥିଲେ ଜେଲର ମ୍ୟାଡମ ।  

ଏହି ଘଟଣା ନେଇ ଜେଲର ବିକାଶଲତା ବାରୁ ପ୍ରତିକ୍ରିୟା ରଖିଛନ୍ତି  । କହିଛନ୍ତି, ଯେ ଥଟ୍ଟାମଜାରେ କଥା ହୋଇଥିଲି । କାହା ଉଦ୍ଦେଶ୍ୟରେ ନୁହେଁ ବରଂ ମାଛମୁଣ୍ଡ ଆଣିବାକୁ କହୁଥିଲି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୋଗକାରୀ ନିମାଇଁ ମୋତେ ୨ ଲକ୍ଷ ମାଗିଥିଲେ, ଦେଇ ନଥିଲି । ମୁଁ ଆଦିବାସୀ ମହିଳା, ଏକା ରହୁଛି ମୋତେ ବି ସୁରକ୍ଷା ଦରକାର। ସେପଟେ ଏ ନେଇ ବଲାଙ୍ଗିର ପୋଲିସର  ପ୍ରତିକ୍ରିୟା ମିଳିପାରିନାହିଁ ।.

ସେପଟେ ଅଡିଓ ଭାଇରାଲ ପରେ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ସାମ୍ବାଦିକ ନିମାଇଁ ଚରଣ ମହତ । ଭାଇରାଲ ଅଡିଓରେ ତାଙ୍କ ବିଷୟରେ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି । ଏଣୁ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ଥାନାରେ ଏତଲା ଦେଇଛନ୍ତି ।