• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ତାଙ୍କର ମୃତଦେହକୁ ପୋଡ଼ି ଦିଆଯାଏ । କିମ୍ବା ପୋତି ଦିଆଯାଇଥାଏ । ଏହି ପରମ୍ପରା କାହିଁ କେବେଠୁ ଚାଲି ଆସୁଛି । ସେହିପରି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପରେ ତାଙ୍କର ଆତ୍ମାର ଶନ୍ତି ପାଇଁ ଅନେକ କିଛି ରୀତିନୀତି ଅନୁସାରେ କର୍ମ କରାଯାଏ । ଯାହାକୁ ପ୍ରାୟ ସମସ୍ତେ ପାଳନ କରିଥା’ନ୍ତି ।

ହେଲେ ରୋଜାନେଲା ଆଲମାଇଡା ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏହାର କିଛି ଅଲଗା ଦେଖିବାକୁ ମିଳିଛି । ଯାହାକୁ ଜାଣିବା ପରେ ଆପଣ ନିଶ୍ଚୟ ଚକିତ ହୋଇଯିବେ । କାରଣ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ କବର ଦିଆଯାଇଥିଲା ସତ ହେଲେ ତା’ପରେ ଯାହା ଘଟିଛି ତାହା ଅବିଶ୍ୱାସନୀୟ । ପରିବାର ଲୋକ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ଏକ କଫିନ୍‌ରେ ପୋତି ଦେଇଥିଲେ ।

ପରେ ପରେ କଫିନ୍‌ର ଚତୁଃପାର୍ଶ୍ୱରେ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା । ହେଲେ ମହିଳାଙ୍କୁ କବର ଦେବାର ୧୧ ଦିନ ବିତିଯିବା ପରେ କବରରୁ କିଛି ଶବ୍ଦ ଶୁଶିବାକୁ ମିଳିଥିଲା । ଯାହାକୁ ଶ୍ମଶାନ ନିକଟରେ ରହିଥିବା କିଛି ଲୋକ ଶୁଣିବାକୁ ପାଇଥିଲେ । ଏନେଇ ମୃତ ମହିଳାଙ୍କ ପରିବର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଏହା ଜାଣିବା ପରେ କବରଟିକୁ ଖୋଳିଥିଲା । ହେଲା ତା’ପରେ ଆଶ୍ଚର୍ଯ୍ୟ କରିବାପରି ଦୃଶ୍ୟ ସାମ୍ନାକୁ ଆସିଥିଲା ।

ପରିବାର ଲୋକମାନେ ମିଶି ମହିଳାଙ୍କ କବରଟିକୁ ଖୋଳିଥିଲେ । କବର ଭିତରେ ରୋଜାନେଲାଙ୍କୁ ଜୀବିତ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ମହିଳାଙ୍କୁ କବର ଦେବା ସମୟରେ ସେ ଚେତାଶୂନ୍ୟ ଥିଲେ । ଚେତା ଫେରିବା ପରେ ସେ ବାହାରକୁ ଆସିବାକୁ ସଂଘର୍ଷ କରିଥିଲେ । ହେଲେ ସେ ସଫଳ ହୋଇପାରିନଥିଲେ । ୧୧ ଦିନ ଚେଷ୍ଟା କରିବା ପରେ ବି ବାହାରକୁ ବାହାରିବାରେ ଅସମର୍ଥ ଥିଲେ ମହିଳା । ଏଥିପାଇଁ ୩୭ ବର୍ଷୀୟ ରୋଜାନେଲାଙ୍କ ଶରୀରରେ ଅନେକ ଆଘାତ ଦେଖିବାକୁ ମିଳିଛି । ହାତ ଓ ଗୋଡ଼ରେ କ୍ଷତ ଚିହ୍ନ ରହିଛି ।

ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ପୁନର୍ବାର ମହିଳାଙ୍କୁ ତା’ପର ଦିନ କବର ଦିଆଯାଇଥିଲା ।