• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୌତୁକ ପାଇଁ ଅନ୍ଧ ପାଲଟିଗଲେ ଅଧ୍ୟାପିକା ଶାଶୂ । ରୋଷେଇ ବେଳେ ସାମାନ୍ୟ ତ୍ରୁଟିରୁ ବୋହୂକୁ ଗରମ ତାୱାରେ ଚେଙ୍କ ସହ ତାଙ୍କୁ ହତ୍ୟା ଉଦ୍ୟମ କରିବାକୁ ପଛାଇଲେନି ଉଚ୍ଚଶିକ୍ଷିତା ଶାଶୂ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ଅଭିଯୁକ୍ତ ଶାଶୁ ଓ ସ୍ୱାମୀଙ୍କୁ ଗିରଫ କରିଛି ଢେଙ୍କାନାଳ ଭୁବନ ପୋଲିସ। ପ୍ରମାଣ ମିଳିବା ପରେ ପରିବାରର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଏସ୍‌ପି ।

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ । ଅଭିଯୁକ୍ତ ଶାଶୂ ଓ ସ୍ୱାମୀଙ୍କୁ ଗିରଫ କରିଛି ଢେଙ୍କାନାଳ ଭୁବନ ପୋଲିସ । ଘଟଣା କିଛି ଏମିତି । ଭୁବନ ଥାନା ଲତାବିଲ ଅଞ୍ଚଳର ରଶ୍ମିତା ବେହେରା । ଗତବର୍ଷ ଜଗତସିଂହପୁର ନିବାସୀ ଅଧ୍ୟାପିକା ସୁପ୍ରଭା ଜେନାଙ୍କ ପୁଅକୁ ବିବାହ କରିଥିଲେ । ତେବେ ବିବାହର ମାତ୍ର ଦୁଇ ମାସ ପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା ।

ଗୋଟିଏ କାର ପାଇଁ ୧୦ ଲକ୍ଷ ଟଙ୍କା ଆଣିବାକୁ ରଶ୍ମିତାଙ୍କ ଉପରେ ଚାପ ପକାଇ ଆସୁଥିଲେ ଶାଶୁଘର ଲୋକେ । ଏଥିପାଇଁ ତାଙ୍କ ଉପରେ ରୀତିମତ ହେଉଥିଲା ମାଡ଼, ଗାଳି ଭଳି ଶାରିରୀକ ଓ ମାନସିକ ନିର୍ଯାତନା । ରଶ୍ମିତାଙ୍କ ଏତଲା ଅନୁସାରେ ଗତ ଜୁନ୍ ୬ ତାରିଖରେ ରୋଷେଇରେ ସାମାନ୍ୟ ତ୍ରୁଟିରୁ ତାଙ୍କ ଅଧ୍ୟାପିକା ଶାଶୁ ହିତାହିତ ଜ୍ଞାନ ଭୁଲି ତତଲା ତାୱାରେ ଚେଙ୍କ ଦେଇଥିଲେ ।

ଖାଲି ସେତିକି ନୁହେଁ, ସ୍ୱାମୀ ଖାରବେଳ ଦିଗବିଜୟ ପାତ୍ର ଏକ ଛୁରୀରେ ତାଙ୍କ ଦେହର ବିଭିନ୍ନ ସ୍ଥାନକୁ ଆଘତ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ରଶ୍ମିତା । ରଶ୍ମିତା ଗତ ଜୁଲାଇ ୧୯ରେ ଏତଲା ଦେବା ପରେ ଭୁବନ ପୋଲିସ ଘଟଣାର ଅନୁସନ୍ଧାନ ପରେ ଗତକାଲି ରଶ୍ମିତାଙ୍କ ଶାଶୁ ଓ ସ୍ୱାମୀଙ୍କୁ ଗିରଫ କରିଛି । କୋର୍ଟରେ ଉଭୟଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ଶାଶୁ ଓ ସ୍ୱାମୀ ।

ଶାଶୁ ସୁପ୍ରଭା ଜେନା ଏବେ ଜଗତସିଂହପୁରର ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପିକା ଅଛନ୍ତି । ତାଙ୍କ ପରିବାର ଉଚ୍ଚଶିକ୍ଷିତ ହୋଇଥିବା ବେଳେ ସେ ମଧ୍ୟ ସମାଜର ବୁଦ୍ଧିଜୀବୀ ମହଲରେ ପରିଗଣିତ । ଏପରି ସ୍ଥଳେ ଯୌତୁକ ପାଇଁ ନିଜ ବୋହୂ ପ୍ରତି ଏତେ ନିଷ୍ଠୁର ହେଲେ କେମିତି ? ତେବେ ରଶ୍ମିତାଙ୍କ ଦିଅର ଯୌତୁକ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 

  • Reported by:
  • RAJASHREE SATAPATHY , Sashank Sekhar Panda , Bidyadhar Baral