• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବ ପୀଠ ।  ବୋଲ ବମ୍ ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । କାଉଡିଆମାନେ କାନ୍ଧରେ ପାଣି ଭାର ଆଣି ଶିବଙ୍କ ନିକଟରେ କରୁଛନ୍ତି ଜଳାଭିଷେକ । ଏଥର ଯୋଡ଼ା ଶ୍ରାବଣ ପଡ଼ିଥିବା ସତ୍ତ୍ୱେ ମଳ ମାସ ଥିବାରୁ ଗତ ସପ୍ତାହ ଗୁଡ଼ିକରେ ବନ୍ଦ ଥିଲା ମହାଦେବଙ୍କ ପାଖରେ ଜଳାଭିଷେକ । ହେଲେ ଆଜି ସକାଳୁ ସକାଳୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବାହାରିଥିବା କାଉଡ଼ିଆଙ୍କ ସହ ହୋଇଛି ଅଘଟଣ ।

ଗଞ୍ଜାମ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣି ଭାର ଧରି ଯାଉଥିବା ବେଳେ କାଉଡ଼ିଆଙ୍କ ଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି । ଭେଟନଇ ଏବଂ ଭେଜିପୁଟ ମଝି ରାସ୍ତାରେ ହୋଇଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ବ୍ରହ୍ମପୁର ବଡମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

  • Reported by:
  • Manoj Muni