Advertisment

ୟୁନିଭର୍ସିଟି କ୍ୟାମ୍ପସରେ ଚାପରେ ରହୁଛନ୍ତି ପିଲା ! ଛାତ୍ରଛାତ୍ରୀଙ୍କୁ ଘାରିଛି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୟ

ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !

author-image
Prangyan Parimita
ଅଦ୍ୟତନ ହୋଇଛି
Kalahandi University

Kalahandi University

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ। ହେଉନି ବୌଦ୍ଧିକ ବିକାଶ। ନେତୃତ୍ୱ ନେବାର ଦକ୍ଷତା ବି କମିଯାଉଛି। କିଛି ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୟର ବାତାବରଣ ସୃଷ୍ଟି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ, ବିରୋଧୀ କହିଛନ୍ତି ରାଜ୍ୟର ସବୁ ୟୁନିଭର୍ସିଟିରେ ଏଇ ସମାନ ସ୍ଥିତି। ଶାସକ ଦଳ ଓ କର୍ତ୍ତୃପକ୍ଷଙ୍କ ଯୁକ୍ତି ପିଲା କ୍ୟାମ୍ପସରେ ସମ୍ପୂର୍ଣ୍ଣ ସ୍ୱାଧୀନତାରେ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଫେରିଲା ରାଗିଂ ରୋଗ, ଜୁନିୟରଙ୍କ ନିଶଦାଢି କାଟିଦେଲେ ସିନିୟର୍

କଳାହାଣ୍ଡି ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ। କଳାହାଣ୍ଡି ଷ୍ଟୁଡେଣ୍ଟସ୍ ୟୁନିଅନ୍ ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ବଳିତ ଚିଠିରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ସାମାଜିକ ରାଲିରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୟରେ ଭାଗ ନେଉନାହାନ୍ତି। ଫଳରେ ସେମାନଙ୍କର ନେତୃତ୍ୱ ନେବାର ଦକ୍ଷତା କମିଯାଉଛି। ସାମାଜିକ କାର୍ଯ୍ୟରେ ସାମିଲ ହେଲେ କର୍ତ୍ତୃପକ୍ଷଙ୍କ ଠାରୁ ଆସୁଛି ଚେତାବନୀ। କେତେବେଳେ ହଷ୍ଟେଲରୁ ବାହାର କରିଦେବା, ତ ଆଉ କେତେବେଳେ ପରୀକ୍ଷାରେ ମାର୍କ କମାଇଦେବାର ଧମକ ମିଳୁଛି ।... ଏହି ଅଭିଯୋଗ ଆଧାରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ୫ଦିନ ଭିତରେ ରିପୋର୍ଟ ଦେବାକୁ କହିଛି ଉଚ୍ଚଶିକ୍ଷା ବିଭାଗ।...

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ନେଇ ରାଜନୀତି ବି ତେଜିଛି । କଂଗ୍ରେସ କହିଛି ଯେ, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଶାସକ ଦଳ କ୍ୟାମ୍ପସ କମିଟି କରୁଛି। ଯାହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ବିଜେଡି ଆଡ଼କୁ ଆଣିବା । ଆଉ ଯେଉଁମାନେ ଅମଙ୍ଗ ହେଉଛନ୍ତି, ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଜରିଆରେ ଧମକ ଚମକ ଦିଆଯାଉଛି।

Advertisment

କେବଳ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନୁହେଁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେଛାତ୍ରଛାତ୍ରୀଙ୍କୁ ଭୟଭୀତ କରି ରଖାଯାଇଛି ବୋଲି ଦଳ ଅଭିଯୋଗ କରିଛି । ଅନ୍ୟପକ୍ଷରେ ହିଂସାକାଣ୍ଡ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା ବିଜେଡି କହିଛି ।...

ଅଗଷ୍ଟ ୧୫ ଦିନ ବିଜେବି କଲେଜର ବିଜୁଛାତ୍ର ଜନତା ଦଳର ଛାତ୍ରଗୋଷ୍ଠୀ ଏବିଭିପି କର୍ମୀଙ୍କୁ ତ୍ରିରଙ୍ଗା ରାଲି କରାଇ ଦେଇନଥିଲେ। କର୍ତ୍ତୃପକ୍ଷ ବି ଏନେଇ ଚୁପ୍। ତେବେ ପ୍ରଶ୍ନ ଉଠୁଛି ଗୋଟିକ ପରେ ଗୋଟିଏ ନକରାତ୍ମକ ଷ୍ଟୁଡେଣ୍ଟ ଫିଡବ୍ୟାକ୍ ପାଇବା ପରେ କେତେ ସଜାଗ ହେଉଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।...

Kalahandi University
Advertisment
Advertisment