Advertisment

ଚନ୍ଦ୍ରଯାନ- ୩ ନଜରରେ ଦେଖନ୍ତୁ ଚନ୍ଦ୍ର, ISRO ଦେଲା ବଡ଼ ଅପଡେଟ୍

ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ପୁଣି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର । କେଉଁ ସ୍ଥାନରେ କରାଯିବ ଲ୍ୟାଣ୍ଡିଂ,ଫଟୋ ଦେଖି ନିଷ୍ପତ୍ତି ନେବ ଇସ୍ରୋ । ଲ୍ୟାଣ୍ଡିଂ ବେଳେ ପାହାଡ଼ କିମ୍ବା ଗର୍ତ୍ତ ଯେଭଳି ବାଧକ ନ ସାଜେ ସେନେଇ ହେବ ସହାୟକ ।

author-image
Prangyan Parimita
ଅଦ୍ୟତନ ହୋଇଛି
Chandrayaan 3 live updates

Chandrayaan-3

ଜହ୍ନର ଆସିଲା ନୂଆ ଫଟୋ । ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ଆସିଲା ନୂଆ ଫଟୋ । ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ । ଏହି ଐତିହାସିକ ମୂହୁର୍ତ୍ତ ପୂର୍ବରୁ ଚନ୍ଦ୍ରର ଆଉ କିଛି ଫଟୋ ପଠାଇଛି ଲ୍ୟାଣ୍ଡର । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି। ଲ୍ୟାଣ୍ଡର ହାଜାର୍ଡ ଡିଟେକସନ୍ ଆଭୋଏଡାନ୍ସ କ୍ୟାମେରା LHDAC ଜରିଆରେ ଏହି ଫଟୋ ଉଠାଯାଇଛି । ଏହି ଫଟୋ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଲାଇବ ତାହା ଚିହ୍ନଟ କରିବାରେ ସହାୟକ ହେବ । କେଉଁ ସୁରକ୍ଷିତ ସ୍ଥାନରେ ଲ୍ୟାଣ୍ଡର ଓହ୍ଲାଇବ ଏହା ସ୍ଥିର କରାଯିବ।

Advertisment

ଚନ୍ଦ୍ର ପୃଷ୍ଠରେ କୌଣସି ଗଭୀର ଗର୍ତ୍ତ କିମ୍ବା ବଡ଼ ବଡ଼ ପଥର ଥିବା ସ୍ଥାନରେ ଯେପରି ଲ୍ୟାଣ୍ଡିଂ ନକରି ସୁରକ୍ଷିତ ସ୍ଥାନରେ ଓହ୍ଲାଇ ପାରିବ ଏ ନେଇ ଏହି ଫଟୋ ଗୁଡିକର ସହାୟତା ନିଆଯାଉଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ଧାର୍ଯ୍ୟ କରାଯାଇଛି । ଏହାର ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର । ସଫ୍ଟଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରିବା ଏବଂ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ାଇ ବୈଜ୍ଞାନିକ ତଥ୍ୟ ହାସଲ କରିବା ବି ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ।

ବୁଧବାର ସଂଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିବାକୁ ସମୟ ସ୍ଥିର ହୋଇଛି । ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ । ଅର୍ଥାତ୍ ୧ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୨୫ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ । ନିଜର ବେଗ କମ୍ କରିବ, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବ ଏବଂ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବ।

Advertisment

ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି । ଏହା ସବୁପ୍ରକାର ସମ୍ଭାବ୍ୟ ତ୍ରୁଟିର ତତ୍କାଳ ସମାଧାନ ପାଇଁ ନିଜେ ହିଁ ସକ୍ଷମ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶର ମାନ୍ୟତା ହାସଲ ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି। ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍। ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।....

ଗୋଟିଏ ପଟେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସଫ୍ଟଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଅନ୍ୟପଟେ ସେଥିରୁ ବିଚ୍ଛିନ୍ନ ହୋଇ ଚନ୍ଦ୍ର ଚାରିପଟେ ବୁଲୁଥିବା ପ୍ରପଲ୍ସନ ମଡ୍ୟୁଲକୁ ନେଇ ଆସିଛି ଉତ୍ସାହଜନକ ଖବର।

ଲ୍ୟାଣ୍ଡରକୁ ପୃଥିବୀରୁ ଚନ୍ଦ୍ର ଯାଏଁ ନେବାକୁ ବ୍ୟବହୃତ ଏହି ଛୋଟ ରକେଟ୍ ଭଳି ଯନ୍ତ୍ରରେ ଏବେବି ଆଶାଠୁ ଅଧିକ ଇନ୍ଧନ ମହଜୁଦ ରହିଛି । ତେଣୁ ତାହା ଆହୁରି ବହୁବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିବ ବୋଲି ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଜଣାଇଛନ୍ତି ଯେ, ଜୁଲାଇ ୧୪ରେ ଉତକ୍ଷେପଣ ବେଳେ ପ୍ରପଲ୍ସନ ମଡ୍ୟୁଲରେ ୧ହଜାର ୬୯୪ କିଲୋଗ୍ରାମ ଇନ୍ଧନ ଥିଲା ।

ଏହାକୁ ବ୍ୟବହାର କରି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମଡ୍ୟୁଲର ଉଭୟ ପୃଥିବୀ ଓ ଚନ୍ଦ୍ର କକ୍ଷପଥରେ ୫ ଥର ଲେଖାଏଁ ଦିଗ ବଦଳାଯାଇଥିଲା। ଗତ ୧୭ ତାରିଖରେ ପ୍ରପଲ୍ସନ ମଡ୍ୟୁଲ ଠାରୁ ଅଲଗା ହୋଇ ତଳକୁ ଖସିଥିଲା ଲ୍ୟାଣ୍ଡର। ପୂର୍ବରୁ ଆଶା ରଖାଯାଇଥିଲା ଯେ, ପ୍ରପଲ୍ସନ ମଡ୍ୟୁଲ ହୁଏତ ୩ରୁ ୬ ମାସ ଯାଏଁ କାମ କରିବ । ତେବେ ସମସ୍ତ ପ୍ରକ୍ରିୟା ଯୋଜନା ମୁତାବକ ହୋଇଥିବାରୁ ଖୁବ୍ କମ୍ ଇନ୍ଧନ ଖର୍ଚ୍ଚ ହୋଇଛି। ସେଥିରେ ଏବେବି ୧୫୦ କିଲୋଗ୍ରାମରୁ ଅଧିକ ଇନ୍ଧନ ମହଜୁଦ ଅଛି, ଯାହାକି ବହୁ ବର୍ଷ ଯାଏଁ ତାକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଯଥେଷ୍ଟ ।

ଏହା ଫଳରେ ପ୍ରପଲ୍ସନ ମଡ୍ୟୁଲରେ ଲାଗିଥିବା ସେପ୍ ନାମକ ଏକ ଖାସ୍ ପେ'ଲୋଡ୍ ବା ଯନ୍ତ୍ର ଅଧିକ ଦିନ ପର୍ଯ୍ୟନ୍ତ ଚନ୍ଦ୍ର କକ୍ଷପଥରୁ ପୃଥିବୀର ବାୟୁମଣ୍ଡଳ ଏବଂ ମେଘରୁ ବିଚ୍ଛୁରିତ ଆଲୋକ ରଶ୍ମୀର ପୋଲାରାଇଜେସନ ସଂପର୍କିତ ଅଧିକ ତଥ୍ୟ ସଂଗ୍ରହ କରିପାରିବ।...

ISRO Chandrayaan-3
Advertisment
Advertisment