ଭାରତର ରୋହନ ବୋପନ୍ନା ୧୩ ବର୍ଷ ପରେ ୟୁଏସ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍ରେ ପ୍ରବେଶ କରିଥିଲେ ବି ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡ୍ସ୍ଲାମ୍ରେ ବୋପନ୍ନାଙ୍କ ପୁରୁଷ ଯୁଗଳ ମୁକୁଟ ବିଜୟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲିଆଣ୍ଡର ପେସ୍, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ଆଜି ସାଜିଛନ୍ତି ପ୍ରେରଣା।
କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘ ବେଙ୍ଗାଲୁରୁରେ ବନ୍ଦ ପାଳନ କରୁଛି। ରବିବାର ମଧ୍ୟରାତ୍ରରୁ ସୋମବାର ମଧ୍ୟରାତ୍ର ଯାଏ ଏହି ବନ୍ଦ ପାଳନ ହେବ।
ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଜାଣନ୍ତୁ ଶୁଭ ଓ ଅଶୁଭ ସମୟ..
ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
ମୋଟାପଣ ପାଇଁ ଅନେକ କାରଣ ଦାୟୀ, କିନ୍ତୁ ସେସବୁ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି ଅଳସୁଆମୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ। ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ଙ୍କୁ ଗ୍ରହଣ କରନ୍ତୁ ମାତ୍ର ୭ ଦିନରେ ଏହାର ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ଏହି ଡାଏଟ୍ ପ୍ଲାନ୍ କ’ଣ?
ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍ ବିଶ୍ୱଜିତ୍ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ, ବାଜରା, ଯଅ, ଛତୁ ଆଦିର ଉପକାରିତାକୁ ଦର୍ଶାଇଥିଲେ ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
କେନ୍ଦ୍ରର ପାଇକ ସ୍ମାରକୀ ବନାମ୍ ରାଜ୍ୟର ପାଇକ ଏକାଡେମୀ । ରାଜନୀତି ପଶାପାଲିରେ ଗଡ଼ିଲା ପାଇକ ଗୋଟି । ପାଇକ ସମ୍ପ୍ରଦାୟ ଭୋଟ ହାତେଇବାକୁ ଜୋରଦାର କସରତ୍ ।
ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।
ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ। ଏଠି ଅଭିନବ ଉପାୟରେ ଗୁରୁଙ୍କୁ ସମ୍ମାନ ପୂଜା କରାଯାଇଛି।
ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ ।
ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...
NABARD ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।
'ଜବାନ’ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି। ସମାଲୋଚକମାନେ ଏହି ଫିଲ୍ମକୁ ଭଲ ରେଟିଂ ମଧ୍ୟ ଦେଉଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କୁ ‘ଜବାନ’ର ବିଷୟରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ କିଙ୍ଗ ଖାନ ଏକ ମଜାଳିଆ ଉତ୍ତର ଦେଇଛନ୍ତି।
'ଜବାନ'ର ଯାଦୁ ଏବେ ସମସ୍ତଙ୍କ ମୁଣ୍ଡରେ। ଏହି ଫିଲ୍ମ ମାତ୍ର ୩ ଦିନରେ ସାରା ବିଶ୍ୱରେ ୩୦୦କୋଟି ଟଙ୍କା ଅତିକ୍ରମ କରିଛି। ଏହାରି ଭିତରେ ଏକ ପ୍ରଶ୍ନରେ ଶାହରୁଖ ଏମିତି ଉତ୍ତର ରଖିଛନ୍ତି ଯେ କିଛି ଲୋକ ଏହାକୁ ‘ଜବାନ ୨’ ଆସିବାର ହିଣ୍ଟ୍ ଭାବି ନେଇଛନ୍ତି।
ଦଳରେ ରହି ଦଳକୁ ବଦନାମ କରୁଛନ୍ତି କହିଲେ ଅମର ପଟ୍ଟନାୟକ
ଯୁଦ୍ଧ ବିରାମ, ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ । ଶେଷ ଦିନରେ ‘ONE FUTURE’ ଶୀର୍ଷରେ ଆଲୋଚନା । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର ହେଲା ।
ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ପୀଡ଼ିତ ପରିବାରଙ୍କ ଧାରଣା
ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ ପଦକ..ଏପରି ସଫଳତା ହାସଲ କରିଥିବା ସେ ପ୍ରଥମ ଭାରତୀୟ ହୋଇଛନ୍ତି ।