/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694331067.jpg)
Paralympic Athlete Mark Dharmai
ପାରା ଅଲିମ୍ପିକ୍ ଆଥଲେଟ୍(Paralympic Athlete) ମାର୍କ ଧର୍ମାଇ ନିକଟରେ ଜର୍ମାନୀରେ ଆୟୋଜିତ ବିଶ୍ୱ ଡ୍ୱାର୍ଫ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ boccia (ଡବଲ୍ସ) ଖେଳରେ ଏହି ସଫଳତା ହାସଲ କରିଛନ୍ତି । ବିଶ୍ୱ ଡ୍ୱାର୍ଫ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହୋଇ ମାର୍କ ଧର୍ମାଇ ଇତିହାସ ରଚିଛନ୍ତି ।
ମାର୍କ ଧର୍ମାଇ କଠିନ ସ୍ଥିତିର ସମ୍ମୁଖୀନ ହୋଇ ଏହି ସଫଳତା ହାସଲ କରିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ଥାଇ ବି ସେ ଭାରତକୁ ଗୌରାବାନ୍ୱିତ କରିଛନ୍ତି । ମାର୍କ ଧର୍ମାଇ(Mark Dharmai) ମୁମ୍ବାଇର ବାନ୍ଦ୍ରା ନିବାସୀ । World Dwarf Gamesରେ ସେ ଆଉ ଚାରୋଟି ପଦକ ଜିତିଛନ୍ତି । ଏହି ଟୁର୍ନାମେଣ୍ଟରେ ୨୨ ଟି ଦେଶର ୫୦୫ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।
ତାଙ୍କର ସଫଳତା ସମ୍ପର୍କରେ ଅବଗତ ହେବା ପରେ ମାର୍କ ନିୟମିତ ଅଭ୍ୟାସ କରୁଥିବା ବାନ୍ଦ୍ରା ଜିମଖାନ ତାଙ୍କୁ ସେଠାକାର ଆଜୀବନ ସଦସ୍ୟତା ପ୍ରଦାନ କରିଛି । ଅଳ୍ପ ବୟସରୁ ହିଁ ମାର୍କ ଧର୍ମାଇ କ୍ରୀଡା ପ୍ରତି ଆକର୍ଷିତ ହୋଇଥିଲେ । ୨୦୦୪ରୁ ପାରାଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରିବା ପରେ ତାଙ୍କର ଉଲ୍ଲେଖନୀୟ ଯାତ୍ରା ଆରମ୍ଭ ହୋଇଥିଲା । ସେଥିରେ ସେ ୪୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ବର୍ଷ ପରେ ବର୍ଷ କଠିନ ପରିଶ୍ରମ ବଳରେ ସେ ଖେଳ ଜଗତରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି । ୨୦୧୦ରେ କମନ ୱେଲ୍ଥ ଗେମରେ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ ୨୦୧୨ରେ ଲଣ୍ଡନ ପାରାଲିମ୍ପିକ୍ସରେ ୪*୪୦୦ ମିଟର ରିଲେ ରେସରେ ରୌପ୍ୟ ପଦକ ଜିତିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)