/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694344048.jpg)
Jawan Box Office Collection Day 3 crosses 300 cr globally and hints for Part 2
ଶାହରୁଖ ଖାନଙ୍କ ଚଳଚ୍ଚିତ୍ର 'ଜବାନ'ର ଯାଦୁ ଏବେ ସମସ୍ତଙ୍କ ମୁଣ୍ଡରେ। ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଜବରଦସ୍ତ ସମୀକ୍ଷା ଗ୍ରହଣ କରୁଛି ଏବଂ ଏହି କାରଣରୁ ଶାହରୁଖ ଖାନ ବର୍ତ୍ତମାନ ବକ୍ସ ଅଫିସର ବାଦଶାହ ହୋଇଗଲେଣି। ୭୫ କୋଟି ଟଙ୍କାରେ ଖାତା ଖୋଲିଥିବା ‘ଜବାନ’ ତୃତୀୟ ଦିନରେ ଚମକେଇଦେବା ଭଳି ରୋଜଗାର କରିଛି।
ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ କିଛି ହ୍ରାସ ଘଟିଥିଲା, କିନ୍ତୁ ତୃତୀୟ ଦିନରେ ଫିଲ୍ମ ପ୍ରେକ୍ଷାଳୟରେ ପୁଣି ହଙ୍ଗାମା ସୃଷ୍ଟି କରିଥିଲା। ଫିଲ୍ମର ରୋଜଗାର ସବୁ ରେକର୍ଡ ଭାଙ୍ଗୁଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ମାତ୍ର ୩ ଦିନରେ ଭାରତରେ ଏତେ ରୋଜଗାର କରିଛି ଯେ ଏହି ରେକର୍ଡ ଭାଙ୍ଗିବା ପାଇଁ ଯେକୌଣସି ତାରକାଙ୍କ ଝାଳ ବୋହିଯିବ।
ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ମାତ୍ର ତିନି ଦିନ ମଧ୍ୟରେ ଦ୍ୱିଶତକ ହାସଲ କରିଛି ଏବଂ ସାରା ବିଶ୍ୱରେ ୩୦୦କୋଟି ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ଫିଲ୍ମ ଚତୁର୍ଥ ଦିନରେ ଅର୍ଥାତ୍ ରବିବାର ମଧ୍ୟ ଭଲ କଲେକ୍ସନ୍ କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶେଷଜ୍ଞ ମନୋବାଲା ଭିଙ୍କ ଅନୁଯାୟୀ ଜବାନ ତୃତୀୟ ଦିନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୩୫୦ କୋଟି ଟଙ୍କା ସଂଗ୍ରହ କରିଛି।
କେବଳ ଭରତରେ ଫିଲ୍ମ ତୃତୀୟ ଦିନରେ ଘରୋଇ ବକ୍ସ ଅଫିସରେ ୮୩ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଏଥିମଧ୍ୟରୁ କେବଳ ହିନ୍ଦୀରେ ୭୩.୭୬ କୋଟି ଟଙ୍କା ଆୟ କରିଛି। ସେହିପରି ତାମିଲରେ ୫.୩୪ କୋଟି ଏବଂ ତେଲୁଗୁରେ ୩.୭୪ କୋଟି ଟଙ୍କା ରୋଜଗାର କରିଥିବ ଆକଳନ କରାଯାଇଛି। ଫିଲ୍ମ ରିଲିଜ ଦିନ ୭୪.୫ କୋଟି ଟଙ୍କା, ଦ୍ୱିତୀୟ ଦିନରେ ୫୩ କୋଟି ଏବଂ ବର୍ତ୍ତମାନ ତୃତୀୟ ଦିନରେ ୮୩ କୋଟିରୁ ଅଧିକ ରୋଜଗାର କରି ମାତ୍ର ୩ ଦିନରେ ଏହା ଦ୍ୱିଶତକରେ ପହଞ୍ଚିଛି।
ତେବେ ଫିଲ୍ମରେ କେବଳ କିଙ୍ଗ୍ ଖାନ୍ ନୁହଁନ୍ତି ଭିଲେନ୍ ଭୂମିକାରେ ବିଜୟ ସେତୁପତି ମଧ୍ୟ ଜନସାଧାରଣଙ୍କ ସମର୍ଥନ ହାସଲ କରୁଛନ୍ତି। ସେଥିପାଇଁ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କୁ ତାଙ୍କ ସହ ଡିଲ୍ କରିବାକୁ ଅନୁରୋଧ କରିଥିଲେ, ଏହାର ଉତ୍ତରରେ କିଙ୍ଗ୍ ଖାନ୍ ଯାହା କହିଛନ୍ତି ତାହା ଖୁବ ହୃଦୟସ୍ପର୍ଶୀ। ଏଥି ସହିତ, କିଛି ଲୋକ ଏହାକୁ ‘ଜବାନ ୨’ ଆସିବାର ହିଣ୍ଟ୍ ଭାବି ନେଇଛନ୍ତି।
ଗତକାଲି ରାତିରେ ଶାହାରୁଖ ଖାନ ପ୍ରଶଂସକଙ୍କ ଭିଡିଓ ଏବଂ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଜଣେ ପ୍ରଶଂସକ ତାଙ୍କର ଏବଂ ବିଜୟ ସେତୁପତିଙ୍କ ଏକ ଫଟୋ ଶେୟାର ପଚାରିଥିଲେ, ଆପଣ କାହିଁକି ସାର୍ କାଳୀଙ୍କ ସହ ଡିଲ୍ କରୁନାହାଁନ୍ତି... ମୁଁ ବିଜୟ ସେତୁପତିଙ୍କ ଜଣେ ବଡ଼ ପ୍ରଶଂସକ।
Sir kaali ke saath ‘deal’ kyu nahi kar rahe.. I am a big vijay sethupathi sir fan ! @iamsrkpic.twitter.com/kfnVTFfGAs
— Ajaypal Singh (@JAWAN_Ajay) September 9, 2023
ଏହାର ଉତ୍ତରରେ କିଙ୍ଗ୍ ଖାନ୍ ଲେଖିଛନ୍ତି, “ମୁଁ ମଧ୍ୟ ବିଜୟ ସାରଙ୍କର ଜଣେ ପ୍ରଶଂସକ... କିନ୍ତୁ ମୁଁ କାଳୀଙ୍କ କଳା ଟଙ୍କା ତ ନେଇଯାଇଛି, ଏବେ ଦେଖନ୍ତୁ ଅନ୍ୟମାନଙ୍କ ଟଙ୍କା ମଧ୍ୟ ସ୍ୱିସ୍ ବ୍ୟାଙ୍କରୁ ଆଣିବି... ମୁଁ କେବଳ ଭିସାକୁ ଅପେକ୍ଷା କରିଛି । ହା ହା !!” ପ୍ରଶଂସକମାନେ ମଧ୍ୟ ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉଭୟ ତାରକାଙ୍କୁ ପ୍ରଶଂସା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)