Advertisment

'ସୌମ୍ୟ ପଟ୍ଟନାୟକ କ'ଣ, ତାଙ୍କ ଆଭିମୁଖ୍ୟ କ'ଣ ସମସ୍ତେ ଜାଣିଛନ୍ତି'

ଦଳରେ ରହି ଦଳକୁ ବଦନାମ କରୁଛନ୍ତି କହିଲେ ଅମର ପଟ୍ଟନାୟକ

author-image
Prangyan Parimita
Amar Patnaik

Amar Patnaik

ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ପୁଣି ଦଳ ଭିତରୁ ସମାଲୋଚନା। ଆଜି ସାଂସଦ ଅମର ପଟ୍ଟନାୟକ ସୌମ୍ୟଙ୍କୁ ସମାଲୋଚନା କରି ତାଙ୍କ ଉଦ୍ଦେଶ୍ୟ କଣ ସମସ୍ତେ ଜାଣନ୍ତି ବୋଲି କହିଛନ୍ତି। ଦଳରେ ରହି ସେ ଦଳକୁ ବଦନାମ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଅମର ପଟ୍ଟନାୟକ।

Advertisment

ଆଜିକୁ ଲଗାତର ୪ ଦିନ ଧରି ସୌମ୍ୟଙ୍କୁ ବିଜେଡି ପାର୍ଟି ଭିତରୁ ତୀବ୍ର ସମାଲୋଚନା କରି ଆସୁଛନ୍ତି ଦଳୀୟ ନେତା ଓ ମନ୍ତ୍ରୀ। ତେବେ ବିଜେଡି ନେତାଙ୍କ ଏଭଳି ସମାଲୋଚନାର ଶାଣିତ ଉତ୍ତର ମଧ୍ୟ ରଖୁଛନ୍ତି ସୌମ୍ୟ। ସେ ଯାହା ଲେଖୁଛନ୍ତି ଏବଂ କହୁଛନ୍ତି ତାହା ବିଜେଡିର ହିତ ପାଇଁ ବୋଲି ଗତକାଲି ଦୃଢ଼ ଯୁକ୍ତି ବାଢ଼ିଥିଲେ ସୌମ୍ୟ।

ସେହିଭଳି ବିଜେଡି ନେତା ଓ ମନ୍ତ୍ରୀମାନେ ଦେଉଥିବା ବକ୍ତବ୍ୟ ସେମାନଙ୍କର ନିଜର ନୁହେଁ, ବରଂ ଚାପରେ କହୁଥିବା ସୌମ୍ୟ ରୋକଠୋକ କହିଥିଲେ। ତେବେ ଆଜି ଅମର ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି।...

Advertisment
BJD MP Soumya Ranjan Patnaik Amar Patnaik
Advertisment
Advertisment