• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପ୍ରେମ ହେଉଛି ଶାଶ୍ୱତ ଏବଂ ଚିରନ୍ତନ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ । ଖାସ୍ କରି ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ । କିନ୍ତୁ ଏହି ପ୍ରେମ ସପ୍ତାହରେ ଜଣେ ପ୍ରେମିକା ନାମରେ ଆସିଛି ସଂଘାତିକ ଅଭିଯୋଗ । ଖବର ପଢିବା ପରେ ଆପଣଙ୍କ ଆଖି ଲୁହରେ ଭିଜିବ ନିଶ୍ଚିତ । ଆସନ୍ତୁ ଜାଣିବା ପ୍ରେମ ସପ୍ତାହରେ ପ୍ରେମ ପାଇଁ ଜିଅନ୍ତା ଜଳି ଯାଇଥିବା ଅଭାଗା ପ୍ରେମିକ ବିଷୟରେ…

'ପ୍ରେମ ସପ୍ତାହରେ ମୋ ଜୀବନ ପ୍ରେମ ପାଇଁ ଚାଲିଗଲା । ମୁଁ ଜିଅନ୍ତା ଜଳିଲି ଆଉ ମତେ କଲବଲ କରି ଜାଳି ଚାଲିଲା ମୋ ପ୍ରେମିକା । ପ୍ରତିଟି ମୂହୁର୍ତ୍ତ ହୃଦୟର ଯନ୍ତ୍ରଣା ଭିତରେ ମତେ ସେ ତିଳତିଳ କରି ମାରୁଥିଲା । ନାଁକୁ ସିନା ପ୍ରେମିକା ସାଜିଥିଲା । କିନ୍ତୁ ପ୍ରତାରଣାର ନିଆଁରେ ମତେ କେବେଠୁ ଜାଳି ମାରି ସାରିଥିଲା । ଏ ଦୁନିଆଁ ପାଇଁ ମୁଁ ଜୀବନ୍ତ ମଣିଷଟିଏ ଥିଲି । ହେଲେ କେବେଠୁ ମତେ ମାରି ଦିଆ ଯାଇଥିଲା । ଶେଷରେ ପ୍ରେମିକାର ଘର ଆଗରେ ଏ ପ୍ରେମିକଟା ଜଳିଜଳି ମରିଗଲା । ସେଦିନ ଥିଲା ଫେବ୍ରୁଆରୀ ୩ ତାରିଖ ତାର ପ୍ରେମର ନିଆଁରେ ମୋ ପୂରା ଶରୀରକୁ ଜାଳିପୋଡ଼ି ନଷ୍ଟ କରିଦେଲା । କିଛି ଲୋକ ମତେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ । ହେଲେ ମୋ ଅବସ୍ଥା ଗୁରୁତର ହେବାରୁ ପୁଣି ମତେ କଟକ ମେଡିକାଲକୁ ନେଇଗଲେ । ସେଠାରେ ଜୀବନ ସହ ଯୁଦ୍ଧ କଲି । ଆଉ ଠିକ୍‌ ୮ ଦିନ ପରେ ଆଖି ବୁଜିଲି ।'

ଅଧିକ ପଢନ୍ତୁ: ‘ମୋ ପତ୍ନୀର ନିର୍ଯାତନା ସହିନପାରି ମୁଁ ଜୀବନ ହାରୁଛି, ଏକଥା କଫିନ୍‌ରେ ଲେଖିଦବ’

ଏହା ଥିଲା ମୃତ ପ୍ରେମିକ ରାମ ଦାସ ବେସ୍ରାଙ୍କ କାହାଣୀ । ପ୍ରେମିକା ସହ ମାତ୍ର କିଛି ସମୟର ବଚସା ପରେ ପ୍ରେମିକାର ଆଖି ସାମ୍‌ନାରେ ସେ ଜଳିଜଳି ଶେଷରେ ଆଖି ବୁଜିଛନ୍ତି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ମାମଲା ମଧ୍ୟ ରୁଜୁ କରିଛି । କିନ୍ତୁ କେଉଁ କାରଣ ପାଇଁ ଏପରି ଘଟିଲା ? ଘଟଣା ପଛରେ ପ୍ରେମିକାର ହାତ ଅଛି କି ନାହିଁ ? ସେନେଇ ସତ ପଦାକୁ ଆସିନି । ହେଲେ ଗୋଟିଏ ପରିବାର ତାର ପୁଅକୁ ହରାଇ ଆଇନ୍‌ ପାଖରେ ନ୍ୟାୟ ମାଗୁଛି ।

ଇସ୍ପାତନଗରୀ ରାଉକେଲାରେ ଘଟିଛି ଏମିତି ଅଭାବନୀୟ ଘଟଣା । ବନ୍ଧମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତ ପ୍ରେମିକ ରାମଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ମୃତ ରାମଙ୍କ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କେହି ଗିରଫ ହୋଇ ନାହାନ୍ତି କିମ୍ବା ଘଟଣା ଉପରୁ ପରଦା ହଟିନାହିଁ । ପୋଲିସ ମଧ୍ୟ ଏହି ମାମଲାକୁ ନେଇ କୌଣସି ପ୍ରିତିକ୍ରିୟା ରଖିନାହିଁ ।

ଅଧିକ ପଢନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲା ସ୍ପାଇଡର୍ ଶକ୍ତି, ଗୁଗୁଲ ସର୍ଚ୍ଚ କରି ପାଇଥିଲା ରାସ୍ତା

  • Reported by:
  • PAWAN TIWARI

OTV is now on Whatsapp

Join and get latest news update delivered to you via whatsapp

Join Now