Advertisment

ଗୁରୁଙ୍କୁ ସମ୍ମାନ ପାଇଁ ଅଭିନବ ଉପାୟ; ଗାଁରେ ବୁଲିଲା ପଟୁଆର

ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ। ଏଠି ଅଭିନବ ଉପାୟରେ ଗୁରୁଙ୍କୁ ସମ୍ମାନ ପୂଜା କରାଯାଇଛି।

author-image
Pramod Behera
innovative ways to honor the Guru

innovative ways to honor the Guru

ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ।

Advertisment

ଶହେ କୋଡିଏ ବର୍ଷରେ ପାଦ ଥାପିଥିବା ଏ ଗୌରବମୟ ଅନୁଷ୍ଠାନ ଭିନ୍ନ ଢଙ୍ଗରେ ପାଳିଛି ଗୁରୁଦିବସ। ଏକ ଅଭିନବ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଅଣ୍ଟା ଭିଡିଥିଲେ ଗ୍ରାମବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ। ସମସ୍ତ ଗ୍ରାମବାସୀ ଏକାଠି ହୋଇଇ ଗୁରୁପୂଜନ କରିବା ସହ ଗୁରୁଙ୍କ ସମ୍ମାନାର୍ଥେ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରିଥିଲେ।

innovative ways to honor the Guruବିଦ୍ୟାଳୟ ପ୍ରାଙ୍ଗଣରେ ସଭା ଅନୁଷ୍ଠିତ

ପରବର୍ତ୍ତୀ ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଠି ବିଦ୍ୟାଳୟର ସାମଗ୍ରିକ ବିକାଶରେ ଅଂଶୀଦାର ସାଜିଥିବା ତିନି ପୂଜ୍ୟ ପ୍ରତିଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବଶ୍ରୀ ଚନ୍ଦ୍ରଶେଖର ଷଡଙ୍ଗୀ, ପ୍ରାକ୍ତନ ଶିକ୍ଷକ ପ୍ରଦୀପ ସାହୁ ଓ ବିପିନ ବିହାରୀ ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା।

Advertisment

ପୂଜ୍ୟପୂଜାର ସ୍ନେହ, ଶ୍ରଦ୍ଧା, ଅମାପ ଭଲପାଇବା ଓ ଆପଣାପଣ ପାଇଁ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ପକାରୀ।

Teacher's Day
Advertisment
Advertisment