Advertisment

ବେଙ୍ଗାଲୁରୁ ବନ୍ଦ: ଚାରିଆଡ଼େ ଖାଁ ଖାଁ...ରାସ୍ତାରେ ଗଡ଼ୁନି କ୍ୟାବ୍‌, ବସ୍‌, ଅଟୋ

କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘ ବେଙ୍ଗାଲୁରୁରେ ବନ୍ଦ ପାଳନ କରୁଛି। ରବିବାର ମଧ୍ୟରାତ୍ରରୁ ସୋମବାର ମଧ୍ୟରାତ୍ର ଯାଏ ଏହି ବନ୍ଦ ପାଳନ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bengaluru Bandh News Live Updates

Bengaluru Bandh

କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘ ବେଙ୍ଗାଲୁରୁରେ ବନ୍ଦ ପାଳନ କରୁଛି। ରବିବାର ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ଯାଏ ଏହି ବନ୍ଦ ପାଳନ ହେବ। ଫଳରେ ଯେଉଁମାନେ ଯା’ଆସ କରିବା ପାଇଁ ଘରୋଇ ବସ୍, କ୍ୟାବ୍‌ ଓ ଅଟୋ ଉପରେ ନିର୍ଭରଶୀଳ ସେମାନେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କାରଣ ୭ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରେ ଚଳାଚଳ କରୁନାହିଁ। ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘର ଏହି ବନ୍ଦ ପାଳନକୁ ୩୬ ଘରୋଇ ପରିବହନ ସଂଘ ସମର୍ଥନ ଜଣାଇଛନ୍ତି। 

Advertisment

ଏହି ବନ୍ଦ ପାଳନକୁ ଘରୋଇ ସ୍କୁଲ୍‌ ଓ ଭ୍ୟାନ୍‌ ଅପରେଟରମାନେ ମଧ୍ୟ ସମର୍ଥନ କରୁଛନ୍ତି। ଆଜି ପାଇଁ ଅନେକ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ବିଭିନ୍ନ ଦାବି ଯଥା- ଶକ୍ତି ଯୋଜନାର ଆରମ୍ଭ ଯୋଗୁ ରାଜସ୍ୱ କ୍ଷୟକ୍ଷତିର କ୍ଷତିପୂରଣ, ଘରୋଇ ବସ୍ ଅପରେଟରଙ୍କୁ ଟିକସ ଛାଡ୍‌, ପ୍ରାଇଭେଟ୍‌ ଆପ୍‌ ଆଧାରିତ ରାଇଡ୍‌- Ola,Uber ଉପରେ କଟକଣା ଲଗାଇବା ସହ ରାପିଡୋ ବାଇକ୍‌, ଟ୍ୟାକ୍ସି ଇତ୍ୟାଦି ବ୍ୟାନ୍‌ ଇତ୍ୟାଦି ଲାଗି ଦାବି ହୋଇଛି। ଯଦି ସରକାର ତୁରନ୍ତ ଏସବୁ ଦାବି ପୂରଣ ନକରନ୍ତି ତା’ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି। 

ଏହିସବୁ ରାସ୍ତା ଦେଇ ଯାଇପାରିବେନି...

  • ଆର୍‌ଆର୍‌ ଜଙ୍କସନ୍‌ରୁ, କ୍ରିଷ୍ଣା ଅଟା ମିଲ୍‌ ଆଡ଼କୁ, ଓ ମାଲେଶ୍ୱରମ୍‌ରୁ ଖୋଦାୟସ୍‌ ସର୍କଲ
  • ଗୁଡ୍‌ଶେଡ୍‌ ରୋଡ୍‌ରୁ, ଜିଟି ରୋଡ୍‌ ଭାୟା ସାଙ୍ଗୋଲି ରାୟାନ୍ନା ସର୍କଲ ଆଡ଼କୁ, ଓକାଲିପୁରମ୍‌କୁ ଓ ସୁଜାତା ଥିଏଟର ଆଡ଼କୁ
  • ଆନନ୍ଦ ରାଓ ସର୍କଲରୁ, ଓଲ୍ଡ ଜେଡିଏସ୍‌ ଅଫିସ୍‌ ରୋଡ୍‌ ଆଡ଼କୁ ଓ ସେଶାଦ୍ରିପୁରମ୍‌ ଆଡ଼କୁ ଯାଇପାରିବେ
  • ମହୀଶୁର ବ୍ୟାଙ୍କ ସର୍କଲରୁ, ପ୍ୟାଲେସ୍‌ ରୋଡ୍‌ ଆଡ଼କୁ, ମହାରାଣୀ ଜଙ୍କସନ୍‌ ଅଣ୍ଡର୍‌ପାସ୍‌କୁ, ବାସଭେଶ୍ୱର ସର୍କଲ ଆଡ଼କୁ
Advertisment

ଏହିସବୁ ରୁଟ୍‌ ଦେଇ ଯାଇପାରିବେନି...

  • କେଜି ରୋଡ୍‌
  • ଶେଶାଦ୍ରି ରୋଡ୍‌
  • ଜିଟି ରୋଡ୍‌
  • ଫ୍ରିଡମ୍‌ ପାର୍କ ଓ ମାଜେଷ୍ଟିକ୍‌ ବସ୍‌ଷ୍ଟାଣ୍ଡ ରାସ୍ତା ନିକଟରେ 

ବେଙ୍ଗାଲୁରୁ ବନ୍ଦକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ସେମାନଙ୍କ ଯାତ୍ରା ପ୍ଲାନ୍‌ ନିର୍ଦ୍ଧାରଣ କରିବା ଲାଗି ବାଙ୍ଗାଲୋର ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ଲିମିଟେଡ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। 

Advertisment
Advertisment