• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶେଷ ହେଲା ଏ ବର୍ଷର G20 ଶିଖର ସମ୍ମିଳନୀ । ସାରା ବିଶ୍ୱ ଦେଖିଲା ଭାରତର ନେତୃତ୍ୱ ଓ ପରଖିଲା ଶାନ୍ତିର ବାର୍ତ୍ତା । ଗତ ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା G20 ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସହ ସମାପ୍ତ ହୋଇଛି । ସାରା ବିଶ୍ୱ ଗୋଟିଏ ପରିବାର ଏବଂ ବିଶ୍ୱର ଭବିଷ୍ୟତ ଗୋଟିଏ ଚିନ୍ତନ ସହ ଶେଷ ହୋଇଛି ଶିଖର ସମ୍ମିଳନୀ।

ଅନ୍ତିମ ଦିବସରେ ‘ONE FUTURE’ ଶୀର୍ଷକ ଆଲୋଚନା ଚକ୍ରରେ ବିଶ୍ୱ ଜଳବାୟୁ ଉପରେ ଚିନ୍ତା ପ୍ରକଟ କରାଯାଇଥିଲା । ‘ଜଳବାୟୁ ପରିବର୍ତ୍ତନ’ ସମସ୍ୟାର ସମାଧାନ ପାଇଁ ସମସ୍ତ ରାଷ୍ଟ୍ର ଏକାଠି କାମ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର କରିଛି ଭାରତ । ତାସହ ‘ଗ୍ଲୋବାଲ୍ ଫ୍ୟାମିଲି’ ନାରା ଏବେ ସତ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

GDP ନୁହେଁ ମାନବ କେନ୍ଦ୍ରିକ ଭିଜନକୁ ଅଧିକ ଗୁରୁତ୍ୱ ଦିଆଯିବ । G20 ଅନେକ ଆଶାବାଦୀ ପ୍ରୟାସର ସଫଳ ରୂପାୟନ...ଖାଲି ଏତିକି ନୁହେଁ ଦେଶର ହିତ ଓ ହୃଦୟ ସହ ଜି-୨୦ ଯୋଡ଼ିଛି ବୋଲି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବ୍ରାଜିଲକୁ ଆସନ୍ତା G20 ସମ୍ମିଳନୀ ଦାୟିତ୍ୱ ଦେଇଛି ଭାରତ । G20ର ପାରମ୍ପରିକ ‘ଗାବେଲ୍’ ଅର୍ଥାତ ହାତୁଡ଼ିକୁ ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡ ସିଲଭାଙ୍କୁ ହସ୍ତାନ୍ତର କରିଛନ୍ତି ମୋଦି ।

ସେପଟେ G20ରେ କୋଣାର୍କ ଚକ୍ରକୁ ସ୍ଥାନ ଦିଆଯିବାକୁ ନେଇ ଖୁସି ଜାହିର କରିଛି ବିଜୁ ଜନତା ଦଳ। ସବୁ ରାଜ୍ୟର ସବୁଠୁ ଉତ୍କୃଷ୍ଟ କଳାକୁ G20ରେ ସ୍ଥାନ ଦିଆଯାଇଛି। ଓଡ଼ିଶାର କାରୁକାର୍ଯ୍ୟ, ପରମ୍ପରା ଓ ଐତିହ୍ୟ କୋଣାର୍କ ଚକ୍ରକୁ ସ୍ଥାପନ କରାଯିବା ଗର୍ବର କଥା ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।...