• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? ରୋଜଗାରରୁ ନିଜର ଭବିଷ୍ୟତ ପାଇଁ କିଛି ସାଇତି ରଖିବାକୁ ଯଦି ଆପଣ ଯୋଜନା କରୁଥା’ନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି । ମାତ୍ର ସ୍ୱଳ୍ପ ଟଙ୍କା ସଞ୍ଚୟ କରି ଆପଣ ପାଇପାରିବେ ଲକ୍ଷ ଲକ୍ଷ ଟଙ୍କା । ହଁ, ପୋଷ୍ଟ ଅଫିସ୍‌ର ଏପରି ଏକ ଯୋଜନା ରହିଛି । ଯାହାଦ୍ୱାରା ଆପଣ ଉପକୃତ ହୋଇପାରିବେ ।

ଭାରତୀୟ ଡାକ ବିଭାଗର ଗ୍ରାମ ସୁରକ୍ଷା ନାମକ ଏକ ବହୁତ ଭଲ ଯୋଜନା ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଯୋଜନାରେ ଯଦି ଆପଣ ୧୯ ବର୍ଷ ବୟସରେ ଆବେଦନ କରିବା ସହ ୧୦ ଲକ୍ଷ ଟଙ୍କାର ସ୍କିମ୍‌ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ୫୦ ଟଙ୍କା ସଞ୍ଚୟ କରିବାକୁ ହେବ । 

ଏହି ଯୋଜନାରେ ଆପଣ ୫୫ ବର୍ଷ ଯାଏଁ ବିନିଯୋଗ କରିପାରିବେ । ପ୍ରତି ମାସ ଆପଣଙ୍କୁ ୧,୫୧୫ ଟଙ୍କା ଦେବାକୁ ହେବ । ପୋଷ୍ଟ ଅଫିସର ଏହି ସ୍କିମ୍‌ରେ ନିବେଶ କରିବା ପରେ ଯେବେ ଆପଣଙ୍କ ବୟସ ୮୦ ବର୍ଷ ହୋଇଯିବ । ସେହି ସମୟରେ ଆପଣଙ୍କୁ ୩୫ ଲକ୍ଷ ଟଙ୍କା ମିଳିବ । ଖାଲି ସେତିକି ନୁହେଁ, ଏହି ଯୋଜନାରେ ନିବେଶ କରିବାର ୫ ବର୍ଷ ପରେ ଆପଣ ବୋନସ ସୁବିଧା ମଧ୍ୟ ପାଇପାରିବେ ।

ଯଦି ଆପଣ ପୋଷ୍ଟ ଅଫିସର ଏହି ଯୋଜନାରେ ଟଙ୍କା ରଖିବାକୁ ଚାହୁଁଥା’ନ୍ତି । ତେବେ ଆପଣ ଏ ସମ୍ବଦ୍ଧୀୟ ଅଧିକ ତଥ୍ୟ ପାଇଁ ନିକଟସ୍ଥ ପୋଷ୍ଟ ଅଫିସରେ ଯୋଗାଯୋଗ କରିବା ସହ ଅଧିକ ତଥ୍ୟ ଜାଣିପାରିବେ । ଏହି ଯୋଜନାର ବିନିଯୋଗ ଅର୍ଥ, ଅବଧି, ମାଚ୍ୟୁରିଟି ସମ୍ପର୍କରେ ଅଧିକ କଥା ପଚାରି ବୁଝିପାରିବେ ।