• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ମୃତ୍ୟୁସଂଖ୍ୟା ୧୧ଶହ ଟପିଲା । ଉଭୟ ପକ୍ଷରୁ ୧୧ ଶହ ମୃତ୍ୟୁ ନେଇ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଇସ୍ରାଏଲରେ ୭ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି, ସେହିପରି ଗାଜାରେ ୪ ଶହ ଜଣଙ୍କ ମୃତ୍ୟୁ ହୋଇଛି । ନିକଟ ଅତୀତରେ ଇସ୍ରାଏଲରେ ଏପରି ରକ୍ତପାତ ହୋଇ ନଥିଲା ।

ଇସ୍ରାଏଲ ସେନାର ଆକ୍ରମଣ ଯୋଗୁଁ ହମାସର ବ୍ୟାପକ କ୍ଷତି ହୋଇଛି । ତେବେ କେତେ ଇସ୍ରାଏଲ ନାଗରିକଙ୍କୁ ହମାସ ମୁଣ୍ଡଜାମିନ ରଖିଛି ଏବେବି ଅସ୍ପଷ୍ଟ ରହିଛି । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍‌ ଆକ୍ରମଣ କରିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିଲାବେଳେ ଗୁଳିମାଡ଼ ହୋଇଛି ।

୨୬୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ସେନା ଆକଳନ କରିଛି । ଆଖିବୁଜା ଗୁଳିମାଡ଼, ଜୀବନ ବଞ୍ଚାଇବା ପାଇଁ ପଳାୟନର କରୁଣ ଚିତ୍ର ଏବେ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ରକ୍ତମୁଖା ଇସ୍ରାଏଲ୍; ହମାସ୍ ଆତଙ୍କୀ ଆଡ୍ଡାରେ ବର୍ଷଣ କରୁଛି ବୋମା

ସେପଟେ ତୃତୀୟ ଦିନରେ ଇସ୍ରାଏଲ-ହମାସ ମହାଯୁଦ୍ଧ ଜାରି ରହିଛି । ଇସ୍ରାଏଲ ଉପରେ ପାଲେଷ୍ଟାଇନ୍ ସମର୍ଥିତ ହମାସ ଗୋଷ୍ଠୀର ଅତର୍କୀତ ଆତଙ୍କୀ ଆକ୍ରମଣ ପରେ ଏହାର ଜବାବ ଦେଉଛି ଇସ୍ରାଏଲ । ଗାଜାରେ ହମାସ ଆତଙ୍କୀ ଆଡ୍ଡାକୁ ଖୋଜି ଖୋଜି ଘନ ଘନ ରକେଟ୍ ମାଡ଼ କରି ଉଡ଼ାଉଛି ଇସ୍ରାଏଲ୍ ସେନା । ଇସ୍ରାଏଲର ବିଭିନ୍ନ ସ୍ଥାନରେ ହମାସ ଆତଙ୍କୀ ଗୋଷ୍ଠୀ ଲୁଚି ରହି ଲୋକଙ୍କୁ ଗୁଳି ମାଡ଼ କରିବା ସହ ସାଧାରଣ ଲୋକଙ୍କୁ ବନ୍ଧକ ରଖି ହତ୍ୟା କରୁଛନ୍ତି । ସେହିଭଳି ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏହି ଯୁଦ୍ଧକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ହମାସ ଗୋଷ୍ଠୀକୁ ଇରାନ ପାଣ୍ଠି ଯୋଗାଇ ଦେଉଥିବା ନେଇ ଜାତିସଂଘ ନିକଟରେ ଅପିଲ କରିଛି ଇସ୍ରାଏଲ । ହମାସର ଆକ୍ରମଣ ପାଇଁ ଇରାନ୍ ପଛପଟୁ ସମସ୍ତ ସହାୟତା ଦେଉଥିବା ଇସ୍ରାଏଲ ଦାବି କରିଛି ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ଭିତରେ ଫସିଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା, ସ୍ୱତନ୍ତ୍ର ବିମାନରେ ଫେରିବେ ଦିଲ୍ଲୀ !