/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696835969.jpg)
5 states Election
୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀରେ ପ୍ରେସ୍ କନ୍ଫରେନ୍ସ କରି ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯାଇଛି ।
ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ଡିସେମ୍ବର ୩ ତାରିଖରେ ୫ ରାଜ୍ୟ ବିଧାନସଭା ଭୋଟ ଗଣତି ହେବାନେଇ ସୂଚନା ଦେଇଛନ୍ତି । ତାହା ସହ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ।
କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଇଛି ।
ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ।
ସେହିପରି ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ । ରାଜସ୍ଥାନରେ ନଭେମ୍ବର ୨୩ରେ ନିର୍ବାଚନ ହେବ ବୋଲି ସୂଚନା ଦିଆଯାଇଛି । ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)