Advertisment

କାହିଁକି ହଳଦିଆ ଓ ସବୁଜ ରଙ୍ଗର ଜର୍ସି ପିନ୍ଧନ୍ତି ଅଷ୍ଟ୍ରେଲିଆ ଟିମ୍, ଜାଣନ୍ତୁ ଏହା ପଛର କାରଣ...

ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱେଟଲ୍’। ’ଦି ଗୋଲ୍ଡେନ୍ ୱେଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ।

author-image
Santosh Kumar Sahoo
Australia Team Jersey

Australia Team Jersey

ଆରମ୍ଭ ହୋଇସାରିଛି କ୍ରିକେଟର ମହାକୁମ୍ଭ ’ ଦିନିକିଆ ବିଶ୍ୱକପ୍’ । ଏହା ସମସ୍ତ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ କୌଣସି ପର୍ବଠାରୁ କମ୍‌ ନୁହେଁ। ଚଳିତ ବିଶ୍ୱକପ୍‌ରେ ଆଜିଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରୁଛି ଭାରତ । ତେବେ ଆଜି ଆମେ ଆପଣଙ୍କୁ ମ୍ୟାଚ୍‌ ବିଷୟରେ ନୁହେଁ ବରଂ ଅଷ୍ଟ୍ରେଲିଆ ଦଳର ଜର୍ସି ବିଷୟରେ କହିବାକୁ ଯାଉଛୁ । କ୍ରିକେଟ ପଡ଼ିଆରେ ଆପଣ କୌଣସି ବି ଦଳର ଜର୍ସିକୁ ଦେଖି ଅନୁମାନ କରିପାରନ୍ତି କେଉଁ ଦେଶର ଖେଳାଳି ଖେଳୁଛନ୍ତି। ଆପଣ ଦେଖିଥିବେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପ୍ରାୟ ହଳିଦିଆ ଓ ସବୁଜ ରଙ୍ଗର ଜର୍ସିରେ ନଜର ଆସିଥାନ୍ତି। ତେବେ ଆପଣ ଜାଣିଛନ୍ତି କି ଅଷ୍ଟ୍ରେଲିଆର ଏହି ରଙ୍ଗର ଜର୍ସି ପଛର କାରଣ କ’ଣ ?

Advertisment

ଅଷ୍ଟ୍ରେଲିଆ ଜର୍ସି ପଛର କାରଣ ?

ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱାଟଲ୍’। ’ଦି ଗୋଲ୍ଡେନ୍ ୱାଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ। ଏହି ଆଧାରରେ ଅଷ୍ଟ୍ରେଲିଆ ଦଳର ଜର୍ସି ହଳଦିଆ ଓ ସବୁଜ ରଙ୍ଗର ହୋଇଥାଏ।

କିନ୍ତୁ ୨୦୨୦ରେ ହୋଇଥିବା ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିଥିଲା। ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ଯେଉଁ ଜର୍ସି ପିନ୍ଧିଥିଲା ସେହି ଜର୍ସି ୧୮୬୮ ମସିହାରେ ଅଷ୍ଟ୍ରେଲିଆ ଦଳ ପିନ୍ଧିଥିଲା । ୧୮୬୮ ମସିହାରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଥିଲା। ତିନି ମାସ ସମୁଦ୍ର ଯାତ୍ରା କରି ଦଳ ଇଂଲଣ୍ଡରେ ପହଞ୍ଚିଥିଲା ଏବଂ ସେଠାରେ ୪୭ଟି ମ୍ୟାଚ୍ ଖେଳିଥିଲା। ସେ ସମୟରେ ଆଣ୍ଟି ଫିଆନ୍ କ୍ଲାର୍କ ଓ କୋର୍ଟନି ହେଗେନ୍ ଏହି ଜର୍ସିକୁ ଡିଜାଇନ୍ କରିଥିଲେ। ୧୫୨ ବର୍ଷ ପୂର୍ବର ନିଜ ଦଳକୁ ସମ୍ମାନ ଦେବା ପାଇଁ ଏହି ଜର୍ସି ପିନ୍ଧିଥିଲା ଅଷ୍ଟ୍ରେଲିଆ ।

Advertisment
Australia Cricket
Advertisment
Advertisment