/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696823499.jpg)
Shah Rukh Khan
ବଢିଲା କିଙ୍ଗ ଖାନ୍ ଶାହାରୁଖଙ୍କ ସୁରକ୍ଷା । ଏଣିକି ଶାହରୁଖଙ୍କୁ ମିଳିବ ୱାଇ ପ୍ଲସ୍ ସୁରକ୍ଷା । ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ଶାହରୁଖଙ୍କୁ ବ୍ଲକବଷ୍ଟର ଫିଲ୍ମ ପଠାଣ ଓ ଜବାନର ସଫଳତା ପରେ ତାଙ୍କୁ ହତ୍ୟା ଧମକ ଆସିଥିଲା । ଏନେଇ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଶାହାରୁଖ ।
ଅଭିଯୋଗକୁ ଆଧାରକରି ଶାହରୁଖଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Y+ ସୁରକ୍ଷା ଦିଆଯାଇଛି । ସୂଚନା ଥାଉ କି, ଆଗକୁ ଶାହରୁଖଙ୍କ ଆଉ ଏକ ମୁଭି ଆସିବାକୁ ଯାଉଛି । 'ପଠାନ' ଏବଂ 'ଜବାନ' ପରେ ପୁରା ଫର୍ମରେ ଥିବା ଶାହରୁଖ ଖାନ ଚଳିତ ବର୍ଷ ଡିସେମ୍ବରରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଡଙ୍କି' ରିଲିଜ୍ କରିବାକୁ ଯାଉଛନ୍ତି ।
ଅଧିକ ପଢ଼ନ୍ତୁ: ନବରଙ୍ଗପୁର ରାହୁଲ ଆଙ୍କିଲେ ଶାହାରୁଖଙ୍କ ଚିତ୍ର, କଳା ଦେଖି ପ୍ରଶଂସାରେ ପୋତି ପକାଇଲେ ଖୋଦ୍ କିଙ୍ଗ୍ ଖାନ୍
ଏହି ସମୟରେ ଦକ୍ଷିଣ ସୁପର୍ଷ୍ଟାର୍ ପ୍ରଭାସଙ୍କ ନୂଆ ଚଳଚ୍ଚିତ୍ର ‘ସାଲାର୍’ ମୁକ୍ତିଲାଭ କରିବ । ଏଥିରୁ ଜଣାଯାଉଛି ଯେ ଚଳିତ ବର୍ଷ ଡିସେମ୍ବରରେ ଘରୋଇ ବକ୍ସ ଅଫିସରେ ବଲିଉଡ ଏବଂ ସାଉଥ୍ ସିନେମା ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଡିସେମ୍ବର ୨୨ରେ ପ୍ରଭାସଙ୍କ 'ସାଲାର' ମୁକ୍ତିଲାଭ କରିବ, ଯାହା 'ଡଙ୍କି' ସହିତ ସଂଘର୍ଷ କରିବ। 'କେଜିଏଫ୍' ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ହୋମ୍ବଲେ ଫିଲ୍ମସ୍ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଇଛି ଯାହା ଏକ ବଡ଼ ଧରଣର ହିଟ୍ ହେବ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)