/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696817730.jpg)
Class 10 student dies
ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ଅଭିଯୋଗ । ସ୍କୁଲ ଆଗରେ ଗ୍ରାମବାସୀଙ୍କ ଧାରଣା। ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖନ୍ତାପଡା ଥାନା କୁଳିଗାଁ ପଞ୍ଚାୟତର ବଂଶୀଧର ବିଦ୍ୟାପୀଠରେ ଗାଁ ଲୋକଙ୍କ ଧାରଣା । ଏହି ସ୍କୁଲର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଳିକଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ଆସିବା ପରେ ଖନ୍ତାପଡ଼ା ପୋଲିସ ଏହାର ତଦନ୍ତ କରୁଛି ।
ଅଭିଯୋଗ ଅନୁଯାୟୀ, ଖେଳ ଛୁଟି ପରେ ବିଦ୍ୟାଳୟର ଅଫିସ୍ କୋଠରୀରେ ଦଶମ ଶ୍ରେଣୀର ଛାତ୍ର ସୁମନ କୁମାର ଦାସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ସୁମନ ଓ ଶିକ୍ଷକ ମନୋରଂଜନଙ୍କ ପୁତୁରା ସୂର୍ଯ୍ୟକାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସୁମନ ଓ ସୂର୍ଯ୍ୟକାନ୍ତ ସହପାଠୀ । ତେବେ ଏହି ଗଣ୍ଡଗୋଳକୁ ନେଇ ଅଫିସକୁ ଡାକିବା ସହ ସୁମନଙ୍କୁ ସଂପୃକ୍ତ ଶିକ୍ଷକ ମାଡ଼ ମାରିଥିଲେ । ସେଦିନ ଛାତ୍ର ସୁମନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ ।
ଚିକିତ୍ସାଧିନ ଅବସ୍ଥାରେ ସେହି ମେଡ଼ିକାଲରେ ହିଁ ପ୍ରାଣ ହରାଇଥିଲେ ସୁମାନ । ଏନେଇ ଖନ୍ତାପଡ଼ା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ସହ ବିଦ୍ୟାଳୟର ସାମ୍ନାରେ ମୃତଦେହକୁ ରଖି ଧାରଣା ଦେଇଥିଲେ । ଅଭିଯୋଗ ଆଧାରରେ ଖନ୍ତାପଡ଼ା ଥାନା ଅଧିକାରୀ ତଦନ୍ତ କରୁଛନ୍ତି । ତେବେ ଘଟଣା ସଂପର୍କରେ ଶିକ୍ଷକ ମନୋରଂଜନ ମଳିକ କିମ୍ବା ପୋଲିସ ପକ୍ଷରୁକୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)