/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696841514.jpg)
Private Bus owners Association
କାଲି ଘରୋଇ ବସ୍ ଗଡ଼ିବ ନା ଧର୍ମଘଟ ହେବ ? ଷ୍ଟିୟରିଂ କମିଟି ବୈଠକ ପରେ ଘୋଷଣା କରିବ ବସ୍ ମାଲିକଙ୍କ ସଂଘ । ସିଏମ୍ଓ-ବସ୍ ମାଲିକ ସଂଘ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସଂଘ ସଂପାଦକ । କହିଛନ୍ତି, ଆଲୋଚନା ସକରାତ୍ମକ ହୋଇଛି, ସରକାର ଆମ ଦାବି ଶୁଣିଛନ୍ତି, ଦାବି ଯଥାର୍ଥ ବୋଲି କହିଛନ୍ତି ।
ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ । ଏବେ ବି ଆନ୍ଦୋଳନ ନିଷ୍ପତ୍ତି ବଳବତ୍ତର ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ସେପଟେ ଏହି ପ୍ରସଙ୍ଗରେ ବିଜେପି କହିଛି ଯଦି ସରକାର ରିହାତି ଦରରେ ବସ ଚଳାଇବାର ଥିଲା ତାହେଲେ ଘରୋଇ ବସ ମାଲିକ ସଂଘଙ୍କୁ ସାମିଲ କରିବାର ଥିଲା । ଏଣୁ ସରକାର ଏଦିଗରେ ପୁନର୍ବିଚାର କରିବାର ଆବଶ୍ୟକତା ଥିବା ଦଳ କହିଛି । ବିଜେଡି କହିଛି, ବିରୋଧୀ କାମ ସବୁ କାମରେ ଖୁଣ ବାହାର କରିବେ ।
ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ । କାଲିଠୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି ।
ଏପରିକି ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ୍ ସହ ଘରୋଇ ବସ ସେବା ବନ୍ଦ ରହିବ ବୋଲି କହିଥିଲା ସଂଘ । ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଘରୋଇ ବସ୍ ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦିଆଯିବ ବୋଲି ପୂର୍ବରୁ ସଂଘ ସୂଚନା ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)