/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696833213.jpg)
Fridge compressor explod
ହଠାତ୍ ଘର ଭିତରୁ ଶୁଭିଲା ଭୟଙ୍କର ଶବ୍ଦ । ପରେ ଚାହୁଁ ଚାହୁଁ ଲାଗିଗଲା ନିଆଁ । କେହି କିଛି ଜାଣିବା ପୂର୍ବରୁ ଜୀବନ ମରଣ ସହ ସଂଗ୍ରାମ କରି ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧ ମଧ୍ୟ ରହିଛନ୍ତି । ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ ରବିବାର ରାତିରେ ଏହି ଘଟଣା ଘଟିଛି । ହଠାତ୍ କୌଣସି କାରଣରୁ ଫ୍ରିଜ୍ର କମ୍ପ୍ରେସର ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପରେ ସମସ୍ତ ୫ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏଭଳି ଏକ ଘଟଣା ପଞ୍ଜାବର ଜଳନ୍ଧର ଜିଲ୍ଲାରୁ ସାମ୍ନାକୁ ଆସିଛି । ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସର ସୂଚନାନୁସାରେ ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା । ଫଳରେ ପରିବାରର ୫ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସିଭିଲ ହସ୍ପିଟାଲ ଜଳନ୍ଧରକୁ ନିଆଯାଇଥିଲା । କିନ୍ତୁ ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।
ମୃତକମାନେ ହେଲେ, ୭୦ ବର୍ଷୀୟ ଯଶପାଲ ଘାଇ, ୪୦ ବର୍ଷିୟ ରୁଚି ଘାଇ, ୧୪ ବର୍ଷିୟ ମାନସ, ୧୨ ବର୍ଷିୟ ଦିୟ ଏବଂ ୧୦ ବର୍ଷିୟ ଅକ୍ଷୟ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏପରି ଏକ ଭୟଙ୍କର ବିସ୍ଫୋରଣ ହେଲା ସେନେଇ ତନାଘନା ଚାଲିଛି। ନମୁନା ସଂଗ୍ରହ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସଠିକ୍ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)