• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନୁଗୁଳ ଜିଲ୍ଲା ପୁରୁଣାକଟକ ଥାନା ଓଳାବୀରରେ ହତ୍ୟାକାଣ୍ଡ ଘଟିଛି । ମଞ୍ଚାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଛନ୍ତି । ରାତିରେ ମଞ୍ଚାରେ ଫସଲ ଜଗିଥିବାବେଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପୁରୁଣାକୋଟ ଥାନା ଓଳାବୀର ଗାଁ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି ।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ । ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଶୋଇଥିଲେ । ସବୁଦିନ ପରି ଗତକାଲି ରାତିରେ ମଞ୍ଚା ଉପରେ ରହି ଫସଲକୁ ଜଗିଥିଲେ । ମାତ୍ର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହାଣିଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ସକାଳୁ ସକାଳୁ ହତ୍ୟାକାଣ୍ଡ ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଜବତ କରିବା ସହ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିଛି ପୋଲିସ । ବ୍ୟକ୍ତି ଜଣଙ୍କୁ କିଏ ହତ୍ୟା କରିଛି ? କାହିଁକି ହତ୍ୟା କରିଛି ? ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଛି ନା ଅନ୍ୟ କେଉଁଥିପାଇଁ ହତ୍ୟା ହୋଇଛି ସେନେଇ ତଦନ୍ତ ଚଳାଇଛି ।

  • Reported by:
  • BIRAJA DAS