/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696775122.jpg)
Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡିରେ ଆହୁରି ଅଚିହ୍ନା ହୋଇ ରହିଯାଇଛି ୨୮ ମୃତଦେହ। କେଉଁ ରାଜ୍ୟର ଜଣାପଡୁନି କି ଦାବିଦାର ବି କେହି ଆସୁନାହାନ୍ତି। ତେଣୁ ଭୁବନେଶ୍ୱର AIIMSରେ ସଂରକ୍ଷିତ ଥିବା ଏହି ମୃତଦେହ ଗୁଡ଼ିକର ସମୂହ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। ଆଗାମୀ
ଦିନେ ଦୁଇ ଦିନ ଭିତରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର ପାଇଁ ପ୍ରସ୍ତୁତ ହେଉଛି ବିଏମସି। ତେବେ ଏଥିପାଇଁ ଜାରି ହୋଇଛି ଏସଓପି।
#SOPରେ_ସତ୍କାର_ହେବ_୨୮_ମୃତଦେହ
ଏସଓପିରେ ସତ୍କାର ହେବ ୨୮ ଅଜଣା ମୃତଦେହ । ୪ ମାସ ଧରି ଭୁବନେଶ୍ୱର AIIMSରେ ପଡ଼ି ରହିଥିବା ବାହାନଗା ଟ୍ରେନ୍ ଟ୍ରାଜେଡି ଡେଡବଡିକୁ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରିବାକୁ BMCର ପ୍ରସ୍ତୁତି । #Bhubaneswar#BMC#Odisha#OTVpic.twitter.com/e3Rw9uGHv8— ଓଟିଭି (@otvkhabar) October 8, 2023
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ଥିବା ମୃତଦେହକୁ ସାମୂହିକ ଅନ୍ତିମ ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମକୁ ଗ୍ରୀନ୍ ସିଗନାଲ୍ ଦେଇଛି ତଦନ୍ତକାରୀ ସଂସ୍ଥା ସିବିଆଇ।
ତେବେ ଏଥିପାଇଁ ଏକ ଏସଓପି ଜାରି କରିଛି ବିଏମସି। ମେୟରଙ୍କ ସୂଚନା ଅନୁସାରେ- ୨ଦିନ ଭିତରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ AIIMS କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିବା ପରେ ସେଗୁଡିକୁ ଶବବୁହା ଗାଡ଼ିରେ ଭରତପୁର ଓ ସତ୍ୟନଗର ଶ୍ମଶାନକୁ ନିଆଯିବ। ପୁରା ଭିଡିଓଗ୍ରାଫି ସହ ମୃତଦେହ ଗୁଡ଼ିକର ସଂସ୍କାର କରାଯିବ।
ଏଠି ପ୍ରଶ୍ନ ଏତେଦିନ ସଂରକ୍ଷିତ ରଖାଯିବା ପରେ କାହିଁକି ହେବ ଅଜଣା ମୃତଦେହ ଗୁଡ଼ିକର ଗଣ ସତ୍କାର ? ବିସ୍ତୃତ ଭାବେ ସୂଚନା ଦେଇ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି- ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା। ତାସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ମ୍ୟାଚିଂ ସହାୟତା ନିଆଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ସମ୍ଭବ ହୋଇଥିଲା। ତାସତ୍ତ୍ୱେ ଆହୁରି ୨୮ଟି ଡେଡ୍ ବଡି ଅଚିହ୍ନା ରହିଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)