Advertisment

‘ମିଷ୍ଟ୍ରୀ ଗାର୍ଲ’ଙ୍କ ସହ ସଲମାନ; ଭାଇଜାନଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା

ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ‘ମିଷ୍ଟ୍ରୀ ଗାର୍ଲ’ କିଏ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
salman khan with mystery girl fans ask question to marry

salman khan with mystery girl fans ask question to marry

ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ‘ମିଷ୍ଟ୍ରୀ ଗାର୍ଲ’ କିଏ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି।

Advertisment

ଏହି ପୋଷ୍ଟରେ ସଲମାନ ଦେଇଥିବା କ୍ୟାପ୍‌ସ୍‌ନ ମଧ୍ୟ ତାଙ୍କ ବିବାହ ବିଷୟରେ କଳ୍ପନା ଜଳ୍ପନାର କାରଣ ହୋଇଛି। ତେବେ କିଛି ଲୋକ କହିଛନ୍ତି ଯେ ସଲମାନ ତାଙ୍କର କେହି ଅତି ନିଜର ବ୍ୟକ୍ତିଙ୍କ ସହ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ବୋଧହୁଏ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର କିଛି ଉତ୍ତର ଆଗାମୀ ଦିନରେ ମିଳିପାରେ।

ସଲମାନ ଖାନ ରବିବାର ଯେଉଁ ‘ମିଷ୍ଟ୍ରୀ ଗାର୍ଲ’ଙ୍କ ସହ ଏହି ଫଟୋ ଶେୟାର କରିଛନ୍ତି ତାଙ୍କ ମୁହଁ ଲୁଚି ରହିଛି। ସଲମାନ କ୍ୟାମେରା ଆଡକୁ ଚାହିଁ ପୋଜ୍ ଦେଉଥିବା ବେଳେ ଝିଅଟି କ୍ୟାମେରା ଆଡକୁ ପିଠି କରି ଠିଆ ହୋଇଛି। ତାଙ୍କର ଲମ୍ବା ଚୁଟି ଦେଖାଯାଉଛି। ସଲମାନ ଏବଂ ସେହି ଝିଅ ସମାନ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଉଭୟଙ୍କ ମୁଣ୍ଡ ପରସ୍ପରରଙ୍କ ସହ ଲାଗି ରହିଛି।

Advertisment

ସଲମାନ ଖାନ ଏବଂ ‘ମିଷ୍ଟ୍ରୀ ଗାର୍ଲ’ଙ୍କ ଏହି ଫଟୋ ଉପରେ ଲେଖାଅଛି ଯେ “ମୁଁ କାଲି ମୋ ହୃଦୟର ଏକ ଛୋଟ ଅଂଶ ଶେୟାର କରିବି।” ଏହା ବ୍ୟତୀତ ସେ ଏହାର କ୍ୟାପ୍‌ସନରେ ଲେଖିଛନ୍ତି, “ମୁଁ ସବୁବେଳେ ତୁମ ପଛରେ ଠିଆ ହେବି।” ‘ମିଷ୍ଟ୍ରୀ ଗାର୍ଲ’ ପିନ୍ଧିଥିବା ପୋଷାକ ଉପରେ ୨୭/୧୨ ଲେଖା ହୋଇଛି।

ସଲମାନ ଖାନଙ୍କ ପ୍ରଶଂସକ ଏବଂ ଅନୁଗାମୀମାନେ ଏହି ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି ଏବଂ ଏହି ‘ମିଷ୍ଟ୍ରୀ ଗାର୍ଲ’ଙ୍କ ବିଷୟରେ ପଚାରୁଛନ୍ତି। ଜଣେ ଲେଖିଛନ୍ତି, “ଭାଇ କ’ଣ ବାହା ହୋଇଗଲେ କି?” ଆଉ ଜଣେ ଲେଖିଛନ୍ତି, “ସେ କ’ଣ ବାହା ହେବାକୁ ଯାଉଛନ୍ତି କି?” ସଲମାନଙ୍କ ଜଣେ ମହିଳା ପ୍ରଶଂସକ ଲେଖିଛନ୍ତି, “ସାର୍, ସିଙ୍ଗଲ୍ ରହିବା ପାଇଁ ଆପଣ ହିଁ ଆମର ପ୍ରେରଣା। ଆପଣ ବିବାହ କରନ୍ତୁ ନାହିଁ।”

ସଲମାନ ଖାନଙ୍କ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, “ଏହି ଝିଅଟି କିଏ?” ଏହା ବ୍ୟତୀତ ଅନେକ ଲୋକ ଏହାକୁ 'ଟାଇଗର ୩' 'ସହିତ ମଧ୍ୟ ଯୋଡିଛନ୍ତି। ସଲମାନ ଆଜି ଏହି ‘ମିଷ୍ଟ୍ରୀ ଗାର୍ଲ’ଙ୍କ ଉପରୁ ପରଦା ଉଠେଇବାକୁ ଯାଉଛନ୍ତି। 

ପ୍ରକାଶଥାଉ ଯେ ସଲମାନ ଖାନ 'ଟାଇଗର ୩' ରିଲିଜ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ ୧୦ ନଭେମ୍ବରରେ ମୁକ୍ତିଲାଭ କରିବ।

Salman Khan Bollywood Tiger 3
Advertisment
Advertisment