/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696820241.jpg)
Election Commission
ଆଜି ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଦିଲ୍ଲୀରେ ପ୍ରେସ୍ କନ୍ଫରେନ୍ସ କରି ଘୋଷଣା କରିବେ ECI । ସୂଚନା ମୁତାବକ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯିବ ।
Advertisment
ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ନିର୍ବାଚନ ଆୟୋଗ । ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଉଛି ।
ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ ହୋଇପାରେ । ଡିସେମ୍ବର ୧୫ ସୁଦ୍ଧା ଫଳାଫଳ ପ୍ରକାଶ କରାଯାଇ ପାରେ ବୋଲି କୁହାଯାଉଛି । ଏହା ବ୍ୟତୀତ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାକୁ ବିଶେଷ ଦୃଷ୍ଟି ଦିଆଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)