ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।
UPSC ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସହକାରୀ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ UPSC ଆବେଦନ ପତ୍ର ଗ୍ରହଣ କରୁଛି।
୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସିଏମ୍ଓ ସୂଚନା ଦେଇଥିଲା ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହାର ପରୀକ୍ଷଣ ହେବ । ପରୀକ୍ଷଣରେ ଏହି ପ୍ରୋଜେକ୍ଟର କ୍ରିଉ ମଡ୍ୟୁଲକୁ ଅନ୍ତରୀକ୍ଷକୁ ପ୍ରେରଣ ଏବଂ ଏହାକୁ ଭୂପୃଷ୍ଠକୁ ପୁଣି ଥରେ ଫେରାଇବା ଆଣିବା ଅନ୍ତର୍ଭୁକ୍ତ ।
ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?
ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।
ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍ କରୁଥିବା ଦେଖାଯାଆନ୍ତି।
ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି ।
ଟଙ୍କା ପଠାଇବା ବେଳେ ବାରମ୍ବାର ଫେଲ୍ ହେବା ସହ ଟେକ୍ନିକାଲ୍ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ ଭାବେ ଫୋନ୍ ପେ’ରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି ।
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଡିମାଣ୍ଡ ଥିବା ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ନିକଟରେ ଏକ ଇଭେଣ୍ଟରେ ସାମ୍ବାଦିକମାନେ ତାଙ୍କୁ ଏକ ବଡ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଅତି ଶାଳୀନତା ଭାବରେ ଉତ୍ତର ଦେଇଛନ୍ତି।
ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।
ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ଥିବା ହଜାର ହଜାର ଲୋକ ବାଥରୁମ୍ରେ ପାଣି ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କାରଣ ଅନେକ ଦିନ ହେବ ସେମାନେ ଗୋଧୋଇ ନାହାନ୍ତି ।
ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।
ସବୁ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ଅଣାଯିବାକୁ ଯୋଜନା ହେଉଛି । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ହୋଇଛି ।
ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ରୋହିତ ପୂଜାରୀ ନିଶାନା କରିଛନ୍ତି ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର– ତୁଳା ଅହୋରାତ୍ର
ନବରାତ୍ରୀ ଉପବାସ ସମୟରେ ଲୋକମାନେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇଥା’ନ୍ତି। ଯଦି ଆପଣ ଉପବାସ ସମୟରେ ଏନର୍ଜେଟିକ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବାକୁ ପଡିବ। ଜାଣନ୍ତୁ ଏହା କ’ଣ…
ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା ।
ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ପ୍ରତିବର୍ଷ ୧୬ ଅକ୍ଟୋବରରେ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରାଯାଏ। ଅନାହାର ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏହି ସଂଗଠନର ଉଦ୍ଦେଶ୍ୟ। ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।
୧୯୯୭-୯୮ ଓ ୨୦୧୫-୧୬ରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଆସିଥିଲା । ତେବେ ଚିନ୍ତାର ବିଷୟ ହେଉଛି ଯେ, ଭାରତରେ ବି ଏହା ଗୁରୁତର ସଂକଟ ସୃଷ୍ଟି କରିପାରେ।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ । ମନ୍ତ୍ରିମଣ୍ଡଳରୁ ବାଦ୍ ହେବାର ୨ ଦିନ ପରେ ମୋତେ ରୋହିତ ପୂଜାରୀ ଫୋନ୍ କରିଥିଲେ।