/odishatv-khabar/media/post_attachments/uploadimage/library/16_9/16_9_0/Iphone_1697457058.jpg)
Iphone
ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି । ଏପରି ଦୃଶ୍ୟ ବେଶ୍ କିଛି ଦିନ ହେବ ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।
ଅପରିଷ୍କାର, ଅପରିଚ୍ଛନ୍ନ ଥିବା ଜଣେ ବ୍ୟକ୍ତି । ବେଶ ଭୂଷାରୁ ଭିକାରି ପରି ଲାଗୁଛି । ହାତରେ କଏନ୍ ଭର୍ତ୍ତି ବସ୍ତା । ଏମିତି ଏକ ବସ୍ତାକୁ କାନ୍ଧରେ ବୋହି ଆଇଫୋନ ଦୋକାନରେ ପହଞ୍ଚି ଗଲେ ଭିକାରି । ତା’ର ସ୍ୱପ୍ନ ଯେମିତି ହେଲେ ଆଇଫୋନ୍ଟିଏ କିଣିବ।
କିଛି ସମୟ ଦୋକାନର କର୍ମଚାରୀଙ୍କ ସହ କଥାବାର୍ତ୍ତା କରିବା ପରେ ଦୋକାନୀ ତାଙ୍କୁ ଆଇଫୋନ ୧୫ ଦେଖାଉଛନ୍ତି । ଭିଡ଼ିଓରୁ ଜଣା ପଡ଼ୁଛି ଯେ, ଭିକାରି ଜଣଙ୍କ ବସ୍ତା ବସ୍ତା କଏନ ଦେଇ ଆଇଫୋନ ଗୋଟେ କିଣୁଛନ୍ତି । ଏପରି କିଛି ଭିଡ଼ିଓ ବର୍ତ୍ତମାନ ଇଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି ।
ଗତ ଅକ୍ଟୋବର ୫ ରେ ପ୍ରଥମେ ଭିଡିଓଟିକୁ ପୋଷ୍ଟ କରା ଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୦ ନିୟୁତ ଲୋକ ଏହାକୁ ଦେଖି ସାରିଲେଣି । ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କଲେଣି । କିଛି ୟୁଜର୍ସ ଏହି ଭିଡ଼ିଓକୁ ପ୍ରଶଂସା କରିଥିବା ବେଳେ ଆଉ କେତେ ଜଣ ଏହାକୁ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ସେ ଦୋକାନୀକୁ ସମ୍ମାନ, ଯିଏ କି ତାଙ୍କୁ ଭିତରକୁ ଆସିବାକୁ ଦେଇଛି । ଆଉ ଜଣେ ୟୁଜର୍ସ ଆଇଫୋନର ମାର୍କେଟିଂ ଶୈଳୀକୁ ପ୍ରଂଶସା କରିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଭିକାରି ପାଇଁ ପୋଷାକ ଜରୁରୀ ନୁହେଁ, କିନ୍ତୁ ଆଇଫୋନ ନିତାନ୍ତ ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)