Advertisment

ଆସନ୍ତା ବର୍ଷ ସାରା ବିଶ୍ୱର ପାଣିପାଗ ବିଗାଡ଼ିପାରେ 'ସୁପର୍ ଏଲ୍ ନିନୋ'

୧୯୯୭-୯୮ ଓ ୨୦୧୫-୧୬ରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଆସିଥିଲା । ତେବେ ଚିନ୍ତାର ବିଷୟ ହେଉଛି ଯେ, ଭାରତରେ ବି ଏହା ଗୁରୁତର ସଂକଟ ସୃଷ୍ଟି କରିପାରେ।

author-image
Santosh Kumar Sahoo
El Niño

El Niño

ଆଗକୁ ଭୟଙ୍କର ବିଗିଡ଼ିବ କି ବିଶ୍ୱର ପାଣିପାଗ ? ଆସନ୍ତା ବର୍ଷ ସାରା ବିଶ୍ୱର ପାଣିପାଗ ବିଗାଡ଼ିପାରେ 'ସୁପର୍ ଏଲ୍ ନିନୋ'। ଭାରତର ମୌସୁମୀ ବର୍ଷା ଉପରେ ବି ପଡ଼ିପାରେ ଗଭୀର ପ୍ରଭାବ । ଏନେଇ ସତର୍କ କରିଛି ଆମେରିକୀୟ ପାଣିପାଗ ପୂର୍ବାନୁମାନ ସଂସ୍ଥା ‘ନୋଆ’ । ଆକଳନ କରାଯାଇଛି ଯେ, ୨୦୨୪ ମାର୍ଚ୍ଚରୁ ମେ’ ଭିତରେ ଉତ୍ତର ଗୋଲାର୍ଦ୍ଧରେ ଶକ୍ତିଶାଳୀ ‘ଏଲ୍ ନିନୋ’ ସୃଷ୍ଟି ହୋଇପାରେ। ଏଲ୍ ନିନୋର ଅର୍ଥ, ଦକ୍ଷିଣ ଆମେରିକା ନିକଟରେ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ । ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି ଯେ, ସେଠାରେ ସମୁଦ୍ର ଜଳ ତାପମାତ୍ରା ସ୍ୱାଭାବିକ ଠାରୁ ୧.୫ ଡିଗ୍ରୀ ସେଲସିୟସ ବଢ଼ିବାର ୭୫ରୁ ୮୦ ପ୍ରତିଶତ ସମ୍ଭାବନା ରହିଛି । ତେବେ ୩୦ ପ୍ରତିଶତ ସମ୍ଭାବନା ଅଛି ଯେ, ଏହା ହୁଏତ ୨ ଡିଗ୍ରୀ ବି ବଢ଼ିଯାଇପାରେ। ଯାହାକି ଇତିହାସରେ ବିରଳ ।

Advertisment

୧୯୯୭-୯୮ ଓ ୨୦୧୫-୧୬ରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଆସିଥିଲା । ତେବେ ଚିନ୍ତାର ବିଷୟ ହେଉଛି ଯେ, ଭାରତରେ ବି ଏହା ଗୁରୁତର ସଂକଟ ସୃଷ୍ଟି କରିପାରେ। ସୁପର୍ ଏଲ୍ ନିନୋ ଯୋଗୁଁ ଆସନ୍ତାବର୍ଷ ମୌସୁମୀ ବାୟୁ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ମୌସୁମୀ ବର୍ଷା ପରିମାଣ ହ୍ରାସ ପାଇପାରେ ଏବଂ କୃଷିକାର୍ଯ୍ୟ ପ୍ରଭାବିତ ହୋଇପାରେ । ସୁପରଏଲ୍ ନିନୋ ପ୍ରଭାବରେ ଭାରତର ସ୍ୱାଭାବିକ ପାଣିପାଗ ବିଗିଡ଼ିଯାଇ ଅତ୍ୟଧିକ ବର୍ଷା, ଭୀଷଣ ବନ୍ୟା ଓ କିଛି ସ୍ଥାନରେ ମରୁଡ଼ି ସ୍ଥିତି ମଧ୍ୟ ଦେଖାଦେବାର ଆଶଙ୍କା କରାଯାଉଛି।

ଦକ୍ଷିଣ ଭାରତ ତୁଳନାରେ ଉତ୍ତରରେ ଏହାର ଅଧିକ ପ୍ରଭାବ ପଡ଼ିପାରେ । ପୂର୍ବରୁ ମଧ୍ୟ ଯେତେଥର ଏଲ୍ ନିନୋ ସୃଷ୍ଟି ହୋଇଛି, ଅଧା ଥର ଭାରତରେ ୯୦ ପ୍ରତିଶତରୁ କମ୍ ବର୍ଷ ହୋଇ ମୌସୁମୀ ଋତୁରେ ମରୁଡ଼ି ସ୍ଥିତି ଦେଖାଦେଇଥିବାର ନଜିର ରହିଛି । ତେବେ ୨୦୨୪ ସୁପର ଏଲ୍ ନିନୋ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି ।

Advertisment
Weather India
Advertisment
Advertisment