/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697454989.jpg)
Birthday Wishes
ମୋଦିଙ୍କ ଶୁଭେଚ୍ଛା, ନବୀନଙ୍କ ଧନ୍ୟବାଦ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମଦିନ । ଏହି ଅବସରରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କଠୁ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ବି ମୋଦିଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ନିଜ ଜନ୍ମଦିନ ଶୁଭେଚ୍ଛା ପାଇ ଧନ୍ୟବାଦ ଜଣାଇଛନ୍ତି । ଉଭୟ ରାଜନେତାଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଏହି ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
My greetings to Odisha CM Shri Naveen Patnaik Ji on his birthday. May he be blessed with a long and healthy life. @Naveen_Odisha
— Narendra Modi (@narendramodi) October 16, 2023
୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସିଏମ୍ଓ ସୂଚନା ଦେଇଥିଲା ।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ କୁହାଯାଇଥିଲା । କେବଳ ଏଥର ନୁହେଁ, ନିଜ ଜନ୍ମ ଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ବାପା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ । ଆଗରୁ ରାଜନୀତିର କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ ୫ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)