Advertisment

ନାଁ ନନେଇ ଜୟନାରାୟଣଙ୍କୁ ନିଶାନା କଲେ ରୋହିତ

ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ରୋହିତ ପୂଜାରୀ ନିଶାନା କରିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader Rohit Pujari Targets To LoP Jayanarayan Mishra

BJD Leader Rohit Pujari Targets To LoP Jayanarayan Mishra

ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । ଅନ୍ୟ ସଂସଦୀୟ କ୍ଷେତ୍ରରୁ ଆଣି ଏଠାରେ ନେତା ତିଆରି କରିବା ପାଇଁ ସେମାନେ ଲାଗି ପଡ଼ିଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ନିଶାନା କରିଛନ୍ତି ।

Advertisment

ସମ୍ବଲପୁରରେ ଅନୁଷ୍ଠିତ ବିଜେଡ଼ିର ପଦଯାତ୍ରା ଅବସରରେ ରୋହିତ କହିଛନ୍ତି, ପଶ୍ଚିମ ଓଡ଼ିଶାରୁ ୫ ଜଣ ସାଂସଦ ନିର୍ବାଚିତ ହୋଇଯାଇଥିଲେ ବି ବିକାଶ ହୋଇନାହିଁ । ଏବେ ନିଜ ଉପରେ ଭରସା ନଥିବାରୁ ଆସନ୍ତା ନିର୍ବାଚନ ପାଇଁ ସମ୍ବଲପୁର ପାଇଁ ବାହାରୁ ନେତା ଆଣିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି କହି ଜୟନାରାୟଣଙ୍କୁ ଇଙ୍ଗିତ କରିଛନ୍ତି ରୋହିତ ।

ତେବେ ରୋହିତ ମନ୍ତବ୍ୟକୁ କାଉଣ୍ଟର କରି ଜୟନାରାୟଣ କହିଛନ୍ତି, ପ୍ରଥମେ ରୋହିତ ପୂଜାରୀ କେଉଁଠୁ ଆସିଛନ୍ତି, ତା’ର ଜବାବ ଦିଅନ୍ତୁ । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ବିଜେପି ମୁହାଁ ହୋଇଥିଲେ ବୋଲି ଜୟନାରାୟଣ କହିଛନ୍ତି ।

Advertisment

ମନ୍ତ୍ରିମଣ୍ଡଳରୁ ବାଦ୍  ହେବାର ୨ ଦିନ ପରେ ମୋତେ ଫୋନ୍ କରିଥିଲେ ଏବଂ ବିଜେଡିରେ ଅସୁରକ୍ଷିତ ମନେ କରୁଛି’ ବୋଲି ଫୋନ୍‌ରେ ରୋହିତ କହିଥିବା ଜୟନାରାୟଣ କହିଛନ୍ତି ।

Advertisment
Advertisment