/odishatv-khabar/media/post_attachments/uploadimage/library/16_9/16_9_0/s_1697445199.jpg)
PhonePe, Google Pay, Paytm transactions fail for last 3 days
କାମ କରୁନି UPI ପେମେଣ୍ଟ । ଅନ୍ଲାଇନ୍ରେ ପେମେଣ୍ଟ କରନ୍ତୁ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କିଛି ବି କାମ କରୁନି । ଗତ ୩ ଦିନ ଧରି ଏହି ସମସ୍ୟା ଅଧିକ ବଢ଼ି ଯାଇଛି । ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ ଭଳି ଅନ୍ଲାଇନ୍ ମୋବାଇଲ୍ ଆପ୍ରେ ଏବେ ଏମିତି ସମସ୍ୟା ଲାଗି ରହିଛି ।
Advertisment
ଟଙ୍କା ପଠାଇବା ବେଳେ ବାରମ୍ବାର ଫେଲ୍ ହେବା ସହ ଟେକ୍ନିକାଲ୍ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ ଭାବେ ଫୋନ୍ ପେ’ରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । ସବୁଠୁ ଅଧିକ ପ୍ରଭାବିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଗ୍ରାହକ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଉ ଲୋଡ଼ା ନାହିଁ ଡେବିଟ୍ କାର୍ଡ ! UPI ଦ୍ୱାରା ATMରୁ କାଢ଼ିହେବ ଟଙ୍କା, ଦେଖନ୍ତୁ ଭିଡିଓ...
Advertisment
ଟେକ୍ନିକାଲ୍ ସମସ୍ୟା ଥିବାରୁ ଏଭଳି ହୋଇଥିବା ୨ ଦିନ ପୂର୍ବେ SBI ସ୍ପଷ୍ଟୀକରଣ ଦେଇଥିଲା । ତେବେ ଏଯାଏ ସମସ୍ୟା ବଢ଼ିଛି ସିନା କମିନି । ପାର୍ବଣ ବେଳେ ଅନ୍ଲାଇନ୍ରେ ନେଣଦେଣ ବଢ଼ିଥାଏ । ଏଭଳି ସ୍ଥିତିରେ UPI କାମ ନକରିବା ଲୋକଙ୍କ ସମସ୍ୟାକୁ ବଢ଼ାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)