/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697383833.jpg)
Jayanarayan Mishra On Rohit Pujari
ବିଜେପି ଟିକେଟ୍ ମାଗିଥିଲେ ବିଜେଡି ବିଧାୟକ ରୋହିତ ପୂଜାରୀ। ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ଜବରଦସ୍ତ ଆଟାକ୍ କରିଛନ୍ତି ଜୟନାରାୟଣ ମିଶ୍ର। ବିଜେଡି ପଦଯାତ୍ରା ସମୟରେ ରୋହିତ ଉଠାଇଥିବା ପ୍ରସଙ୍ଗ ଉପରେ ଆଟାକ୍ କରିଛନ୍ତି ବିରୋଧି ଦଳ ନେତା । ସେ କହିଛନ୍ତି ‘ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ । ମନ୍ତ୍ରିମଣ୍ଡଳରୁ ବାଦ୍ ହେବାର ୨ ଦିନ ପରେ ମୋତେ ରୋହିତ ପୂଜାରୀ ଫୋନ୍ କରିଥିଲେ। ବିଜେଡିରେ ଅସୁରକ୍ଷିତ ମନେ କରୁଛି ବୋଲି ଫୋନ୍ରେ ସେ କହିଥିଲେ। ରେଢ଼ାଖୋଲରୁ ବିଜେପି ଟିକେଟ ଦେବ କି ବୋଲି ପଚାରିଥିଲେ ରୋହିତ ପୂଜାର’ ।
#ରୋହିତ_ମାଗିଥିଲେ_ବିଜେପି_ଟିକେଟ୍’
-ବିଧାୟକ ରୋହିତ ପୂଜାରୀଙ୍କୁ ଜୟନାରାୟଣ ମିଶ୍ରଙ୍କ ଜବରଦସ୍ତ ଆଟାକ୍
-ବିଜେଡି ପଦଯାତ୍ରାରେ ରୋହିତ ଉଠାଇଥିବା ପ୍ରସଙ୍ଗ ଉପରେ ଆଟାକ୍
-‘ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ’#JayanarayanMishra#RohitPujaripic.twitter.com/5BnugY1MSp— ଓଟିଭି (@otvkhabar) October 15, 2023
ସେହିପରି ରୋହିତଙ୍କ ବାହାରୁ ପ୍ରାର୍ଥୀ ଆମଦାନୀ ଅଭିଯୋଗର ବି ଜବାବ ରଖିଛନ୍ତି ବିରୋଧି ଦଳ ନେତା। ନିଜେ ରୋହିତ କେଉଁ ଅଞ୍ଚଳର କି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର। ଓଡ଼ିଆ କହୁନଥିବା ମୁଖ୍ୟମନ୍ତ୍ରୀ ବି ବାହାରିଆ ଲୋକ । ସମ୍ବଲପୁର ବିକାଶର ବାଧକ ହେଉଛନ୍ତି ନବୀନ ପଟ୍ଟନାୟକ। ଯିଏ ମୁଖ୍ୟମନ୍ତ୍ରୀ ସିଏ ହିଁ ଉତ୍ତରଦାୟୀ, ବିଧାୟକ ନୁହେଁ। ଦଳୀୟ ନେତୃତ୍ୱଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ରୋହିତ ପୂଜାରୀ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)