• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରୋର ଅନ୍ୟତମ ମହତ୍ୱାକାଂକ୍ଷୀ ମିଶନ ଗଗନଯାନ ଲାଗି ଜୋରସୋର ଚାଲିଛି ପ୍ରସ୍ତୁତି । ଆସନ୍ତା ୨୧ ତାରିଖରେ ଏହି ପ୍ରୋଜେକ୍ଟର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ହେବାକୁ ଯାଉଛି । ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି ।TV-D1 ବା ଟେଷ୍ଟ ଭେହିକିଲ ଡେଭଲପମେଣ୍ଟ ଫ୍ଲାଇଟ ଆସନ୍ତା ୨୧ ତାରିଖରେ ହେବ ବୋଲି ଇସ୍ରୋ କହିଛି ।

ସଫଳ ହେଲେ ଏହା ପରେ ଏଭଳି ଆହୁରି ୩ଟି ଟେଷ୍ଟ ଫ୍ଲାଇଟ ହେବ ବୋଲି ଇସ୍ରୋ କହିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହାର ପରୀକ୍ଷଣ ହେବ । ପରୀକ୍ଷଣରେ ଏହି ପ୍ରୋଜେକ୍ଟର କ୍ରିଉ ମଡ୍ୟୁଲକୁ ଅନ୍ତରୀକ୍ଷକୁ ପ୍ରେରଣ ଏବଂ ଏହାକୁ ଭୂପୃଷ୍ଠକୁ ପୁଣି ଥରେ ଫେରାଇବା ଆଣିବା ଅନ୍ତର୍ଭୁକ୍ତ ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...

ପୂର୍ବରୁ ଚନ୍ଦ୍ରୟାନ-୩ରେ ଇସ୍ରୋ ବଡ଼ ସଫଳତା ହାସଲ କରିଛି ଇସ୍ରୋ । ପରେ ପରେ ସୂର୍ଯ୍ୟ ମିଶନରେ ମଧ୍ୟ ସଫଳତାର ସହ ଆଗେଇ ଚାଲିଛି । ସୂଚନା ଥାଉ ଯେ, ଚନ୍ଦ୍ରୟାନ-ଥ୍ରୀ ଲ୍ୟାଣ୍ଡର ଜହ୍ନର ପୃଷ୍ଠ ଦେଶକୁ ଛୁଇଁଥିଲା । ତାର ନାଁ ଶିବଶକ୍ତି ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରୟାନ ଟୁ କ୍ରାସଲ୍ୟାଣ୍ଡ କରିଥିଲା ସେ ସ୍ଥାନକୁ ତ୍ରିରଙ୍ଗା ପଏଣ୍ଟ ନାଁରେ ନାମିତ କରାଯାଇଛି । ଏଥିସହ ଚନ୍ଦ୍ର ଉପରେ ଭାରତ ତ୍ରିରଙ୍ଗା ଉଡ଼ାଇବାର ସେହି ଐତିହାସିକ ଦିନ ଅଗଷ୍ଟ ୨୩କୁ ଏଣିକି ନ୍ୟାସନାଲ ସ୍ପେଶ୍ ଡେ ବା ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ବି ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ ୧-୨-୩ ପାଇଁ ହୋଇଛି କେତେ ଖର୍ଚ୍ଚ, ଜାଣନ୍ତୁ ପୁରା କାହାଣୀ

ହେଲେ ବର୍ତ୍ତମାନ ଇସ୍ରୋ ଗଗନଯାନ ଲାଗି ଜୋରସୋର ପ୍ରସ୍ତୁତି ଚଳାଇଛି । ଆସନ୍ତା ୨୧ ତରିଖରେ ଏହି ପ୍ରୋଜେକ୍ଟର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ହେବାକୁ ଯାଉଛି । ଯାହାକୁ ନେଇ ପୁଣି ଥରେ ଉତ୍ସୁକତା ଦେଖିବାକୁ ମିଳିଲାଣି ।