Advertisment

ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Afghanistan Win

Afghanistan Win

ଦିନିକିଆ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ବିଶ୍ୱକପରେ ଆଫଗାନିସ୍ତାନର ଐତିହାସକ ବିଜୟ। ଆଫଗାନ୍ ବୋଲରଙ୍କ ଜାଲରେ ଫସିଲା ଇଂଲଣ୍ଡ । ମାତ୍ର ୨୧୫ ରନ୍‌ କରି ଅଲଆଉଟ ହେଲା ବିଶ୍ୱ ଚାମ୍ପିୟନ। ଯାହାଫଳରେ ଏହି ମ୍ୟାଚ୍‌କୁ ୬୯ ରନ୍‌ରେ ଜିତି ନେଇଛି ଆଫଗାନିସ୍ତାନ । ଚଳିତ ବିଶ୍ୱକପ୍‌ରେ ଏହା ହେଉଛି ସବୁଠୁ ବଡ଼ ବିପର୍ଯ୍ୟୟ । ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଇଂଲଣ୍ଡ।

Advertisment

ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ୍‌ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ସର୍ବାଧିକ ୮୦ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ୍ ରସିଦ ୩ଟି ୱିକେଟ ଅକ୍ତିଆର କରିଥିଲେ।

Advertisment

୨୮୫ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଡିଫେଣ୍ଡିଂ ଚାମ୍ପିୟନ ଆରମ୍ଭରୁ ବ୍ୟାକଫୁଟର ରହିଥିଲା। ଆରମ୍ଭରୁ ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଆଫଗାନିସ୍ତାନ। ଦଳର ସ୍ପିନ୍‌ ଆଟାକୁ ସାମ୍ନା କରି ପାରିନଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌। ଯାହାଫଳରେ ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚାମ୍ପିୟନ୍। ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍ ରେହମାନ ଓ ରସିଦ୍ ଖାନ୍‌ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ମହମ୍ମଦ ନବି ୨ଟି ୱିକେଟ ଅକ୍ତିଆର କରିଥିଲେ।

Afghanistan England 2023 Men's World Cup
Advertisment
Advertisment