/odishatv-khabar/media/post_attachments/uploadimage/library/16_9/16_9_0/s_1697448318.jpg)
Congress holds mega rally in Puri
ପୁରୀରେ କଂଗ୍ରେସର ମହାସମାବେଶ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀରେ ଆଜି ବିଶାଳ ରାଲି କରାଯାଇଛି । ଶରଧା ବାଲିରୁ ଏକ ବିଶାଳ ରାଲିରେ ବାହାରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦେଇଥିଲେ କଂଗ୍ରେସ ନେତୃବୃନ୍ଦ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।
ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କୋଭିଡ୍ ବେଳେ ବନ୍ଦ ହୋଇଥିଲା ଏବେ କାହିଁକି ବନ୍ଦ ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏଥିସହ ରତ୍ନଭଣ୍ଡାର ଖୋଲି ଗଣତି ପାଇଁ ଦାବି କରିଛନ୍ତି କଂଗ୍ରେସ ନେତୃବୃନ୍ଦ । ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇବାକୁ ଦାବି ଜଣାଇଛନ୍ତି ।
କଂଗ୍ରେସ କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଥିଲେ କଂଗ୍ରେସ ନେତୃବୃନ୍ଦ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । କାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲିବାକୁ ଲିଖିତ ଭାବେ ଜଣାଇଛନ୍ତି ।
କଂଗ୍ରେସ ପକ୍ଷରୁ ଦାବିପତ୍ର ମିଳିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେ କହିଛନ୍ତି, ‘କଂଗ୍ରେସ ପ୍ରତିନିଧି ଦଳ ଦାବି ରଖିଛନ୍ତି, ଭଲଭାବେ ତର୍ଜମା କରିନି । ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଜମି ହସ୍ତାନ୍ତର ଦାବି ରହିଛି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ପରୀକ୍ଷାନୀରିକ୍ଷା କରିବୁ । ସେପଟେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ କଂଗ୍ରେସ ଡେଡ୍ଲାଇନ ଦେଇଛି।
ତେବେ ଆସନ୍ତା ୨୮ ତାରିଖ ଡେଡ୍ଲାଇନ୍ ବୋଲି ପିସିସି ସଭାପତି କହିଛନ୍ତି । ୨୮ ଭିତରେ ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)