ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SOL DU ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।
ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..
ବିଶ୍ୱକପ୍ରେ ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଏ ଯାବତ ରୋହିତ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ତେବେ ପୁରୁଣା ରୂପକୁ ଫେରିଥିବା ହିଟ୍ମ୍ୟାନ୍ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇପାରିବେ?
ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।
ହେମା ମାଳିନୀ ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଥିଲା ଦେଖିଲା ଭଳି।
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ୍ ଗସ୍ତରେ ଯିବେ । ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ‘ଇସ୍ରାଏଲ୍ର ଗାଜା ଦଖଲ ନିଷ୍ପତ୍ତି ମସ୍ତ ବଡ଼ ଭୁଲ୍ ହେବ ।
ବିବାହର ପ୍ରାୟ ୪୧ ବର୍ଷ ପରେ ରତ୍ନା ପାଠକ ଶାହା ଏବେ ମୁହଁ ଖୋଲିଛନ୍ତି ଯେ, ତାଙ୍କ ସ୍ୱାମୀ ଅନେକ ସଂପର୍କରେ ଅଛନ୍ତି। ନାସିରୁଦ୍ଦିନ ଶାହାଙ୍କର ଅନେକଙ୍କ ସହ ସମ୍ପର୍କ ସତ୍ତ୍ୱେ ତାଙ୍କର ବିବାହ ଏବଂ ପ୍ରେମରେ କିପରି ଫରକ ପଡିନି ତାହା ରତ୍ନା ପାଠକ କହିଛନ୍ତି।
ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ ।
ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ସେତୁ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ ।
ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ ।
ଭିକାରୀ ମୁକ୍ତ ହେବ ଭୁବନେଶ୍ୱର । ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିବେନି ଭିକାରୀ । ରାସ୍ତା କଡ଼ରେ ଭିକାରୀଙ୍କୁ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ । BMC କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପାଣିପାଗ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି କାରଣରୁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଲୋକ ଏହିସବୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଛି ଖାଦ୍ୟ ଖାଇ ଏହି ସବୁ ସମସ୍ୟାକୁ ଦୂର କରିପାରିବେ।
ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।
ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।
ପ୍ରାୟ ସପ୍ତାହେ ହେଲା ଗାଜାକୁ ପିଇବା ପାଣି ଟୋପାଏ ବି ଛାଡ଼ିନି ଇସ୍ରାଏଲ୍ । ସେନା ଅବରୋଧ କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ । ଭୋକ ଶୋଷରେ ଡହଳବିକଳ ଗାଜାବାସୀ ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିବା ସମୟରେ ଉର୍ବଶୀ ରଉତେଲାଙ୍କ ଗୋଲ୍ଡେନ୍ ଆଇଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
୨୮ ତାରିଖ ପୂର୍ବରୁ ନଶୁଣିଲେ ଆନ୍ଦୋଳନ ଚେତାବନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି କହିଲା ଗଜପତିଙ୍କୁ ଭେଟିବୁ ।
ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।
ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ । ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ବି ବସାବାନ୍ଧି ରହିଛି ଲୋକଙ୍କ ମନରେ । ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି ।
ପ୍ରତିଦିନ ତାଙ୍କର ବ୍ୟବସାୟରେ ଲକ୍ଷାଧିକ ଟଙ୍କାର ଦେଣନେଣ ହୋଇଥାଏ। ସେଥିରୁ ୮୦ ଭାଗ ଦେଣନେଣ ହୁଏ ୟୁପିଆଇ ଜରିଆରେ । ଶନିବାରଠୁ କିନ୍ତୁ ସବୁ ଠପ୍ ।
ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଥିଲା ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଶୀଘ୍ର ନିୟୋଜିତ କରିବାକୁ ନେଇ ବିଚାର କରିପାରନ୍ତି । ଏନେଇ ଇସ୍ରାଏଲ୍ ଗଣମାଧ୍ୟମ ମଧ୍ୟରୁ କିଛି ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡ଼ିଛି ।
ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଫ୍ୟାନ୍ ପୁଣି ଥରେ ନିଜ ଫେଭରେଟ୍ ସଲମାନ ଓ କଟ୍ରିନାଙ୍କ ଯୋଡ଼ିକୁ ଦେଖିବୋ ଏଥର ସବୁଠୁ ବଡ଼ ୟୁଏସପି ହେଉଛନ୍ତି ଇମ୍ରାନ୍ ହାସମୀ ।