• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯେକୌଣସି ମୁହୂର୍ତ୍ତରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ଇସ୍ରାଏଲ ସେନା ।  ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା । ଅନୁମତି ମିଳିବା ମାତ୍ରେ ସେମାନେ ଗାଜାରେ ଆରମ୍ଭ କରିବେ ଗ୍ରାଉଣ୍ଡ ଅପରେସନ ।

ଏସବୁ ଭିତରେ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ରେ ଥିବା ହଜାର ହଜାର ଲୋକ ବାଥରୁମ୍‌ରେ ପାଣି ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କାରଣ ଅନେକ ଦିନ ହେବ ସେମାନେ ଗୋଧୋଇ ନାହାନ୍ତି । ହମାସର ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ଖାଦ୍ୟ, ପାଣି ଓ ଳାଇନ୍‌ କାଟି ଦେଇଛି ।

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ତ ଜିରୋରୁ ଲାଇଭ୍‌ ଦେଲା ବେଳେ ଟଳିପଡ଼ିଲେ ଭିଡିଓ ସାମ୍ବାଦିକ

ଏନେଇ ୪୩ ବର୍ଷୀୟ ବୃଦ୍ଧ କହିଛନ୍ତି, ‘ଅନେକ ଦିନ ହେବ ଆମେ ଗାଧୋଇ ନାହୁଁ । ପାଣି ଟୋପାଏ ପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ୁଛି । ଏପରିକି ଲାଇନ୍‌ରେ ଛିଡ଼ା ହୋଇ ପାଣି ଆଣିବାକୁ ପଡ଼ୁଛି । ଖାଦ୍ୟ ବି ନାହିଁ । ସମସ୍ତ ଖାଦ୍ୟ ଉପଲ୍ଲବ୍ଧ ନଥିବାବେଳେ ଯାହାବି କିଛି ଅଛି, ସେସବୁର ଦାମ୍‌ ଅଧିକ । ଏପରି ସ୍ଥିତିରେ ନିଜକୁ ଅସହାୟ ମନେ ହେଉଛି । ’

ସେହିପରି ୫୫ ବର୍ଷୀୟା ମୋନା ଅବଦେଲ୍‌ ହମିଦ କହିଛନ୍ତି, ‘ମୁଁ ସୁରକ୍ଷା ଖୋଜୁଛି । ଆମ ପାଖରେ ଆଉ ଅଧିକ ପୋଷାକ ନାହିଁ ଓ ଯାହାସବୁ ଅଛି ଅପରିଷ୍କାର ହୋଇଯାଇଛି । କାରଣ ଏସବୁକୁ ଧୋଇବା ପାଇ ପାଣି ନାହିଁ । ନା ପାଣି ଅଛି, ନା ଲାଇନ୍‌ ନା ଇଣ୍ଟରନେଟ୍‌ ।’ ଆଉ ଜଣେ ୨୩ ବର୍ଷୀୟ ବ୍ୟକ୍ତି କହିଛନ୍ତି, ‘ପାଣି ସମସ୍ୟା ଏତେ ମାତ୍ରାରେ ଯେ ଏଥିପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ୁଛି । ଯଦି ଆମେ ଗାଧୋଇବୁ, ତା’ହେଲେ ପାଣି ପିଇ ପାରିବୁନି ।’

ଅନ୍ୟପକ୍ଷେ, ଇସ୍ରାଏଲ୍‌ର ଚେତାବନୀ ପରେ ୧୦ ଲକ୍ଷ ଲୋକ ଗାଜା ଛାଡ଼ିଛନ୍ତି । ଉତ୍ତର ଗାଜା ଷ୍ଟ୍ରିପ୍‌ ଲୋକେ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଘର ଛାଡ଼ି ଦେଇଥିବା ଜଣାପଡ଼ିଛି ।ଗାଜାର ଉତ୍ତର ଭାଗ ଛାଡ଼ି ଦକ୍ଷିଣ ଭାଗକୁ ପଳାୟନ କରିବାକୁ ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ଡେଡ୍ ଲାଇନ ଶେଷ ହୋଇଛି । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସେହି ଅଞ୍ଚଳ ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା । ହମାସ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଇସ୍ରାଏଲ ଏହି ରଣନୀତି କରିଛି ।

ସେପଟେ ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇସ୍ରାଏଲ ସାଥିରେ ରହିଛୁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛି ଆମେରିକା । 

ଅଧିକ ପଢ଼ନ୍ତୁ: ଘୃଣା ଅପରାଧର ଭୟଙ୍କର ପରିଣାମ...୬ ବର୍ଷର ଶିଶୁକୁ ହତ୍ୟା କଲା ୭୧ ବର୍ଷର ବୃଦ୍ଧ