• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମାନୁଷିକ, ବିଭତ୍ସ, ଭୟଙ୍କର । ଘୃଣା ଯେ କେତେ ଭୟଙ୍କର ହୋଇପାରେ, କେତେ ସୁଦୂର ପ୍ରସାରୀ ହୋଇପାରେ, ତାର ପ୍ରମାଣ ଆମେରିକାରେ ଦେଖିବାକୁ ମିଳିଛି । ବିଶ୍ବର ଗୋଟେ ପଟେ ହମାସ ଆତଙ୍କବାଦୀ ଓ ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ଘୃଣାର ଶିକାର ହୋଇଛନ୍ତି ୬ ବର୍ଷର ଶିଶୁ ଓ ତାଙ୍କ ମାଆ ।

ଅତି ଅମାନୁଷିକ ଓ ବିଭତ୍ସ ଭାବେ ଶିଶୁଟିକୁ ୨୬ ଥର ଛୁରା ମାଡ଼ କରା ଯାଇଛି । ଛୁରା ମାଡ଼ରେ ଶିଶୁଟିର ଜୀବନ ଚାଲିଯାଇଛି ଏବଂ ମାଆ ଗୁରୁତର ଅଛନ୍ତି ବୋଲି ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହା ଯାଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ଚିକାଗୋଠାରୁ ୬୪ କିଲୋ ମିଟର ଦୂରରେ ।

ଅଭିଯୁକ୍ତର ବୟସ ୭୧ ବର୍ଷ, ନାମ ଜୋସେଫ କବୁଜା । ମୃତ ଶିଶୁ ଓ ତାଙ୍କ ମାଆ ଉଭୟ ମୁସଲମାନ ହୋଇଥିବାରୁ ଆକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଅଭିଯୁକ୍ତଙ୍କର ଘରେ ମହିଳା ଜଣକ ନିଜ ପୁଅକୁ ଧରି ରହୁଥିଲେ । ମହିଳାଙ୍କର ସ୍ବାମୀ ଦୂରରେ ରହୁଥିବା ଜଣା ପଡ଼ିଛି । 

ମହିଳା ଜଣକ କେଉଁ ଦେଶର ଜଣା ପଡ଼ି ନଥିବା ବେଳେ, ଶିଶୁକୁ ପାଲେଷ୍ଟାଇନ-ଆମେରିକୀୟ ଭାବେ ଅଭିହିତ କରିଛି କାଉନସିଲ୍ ଅଫ୍ ଆମେରିକୀୟ-ଇସଲାମିକ୍ ରିଲେସନସିପ୍ ।

ପୋଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ପ୍ରଥମେ ଅଭିଯୁକ୍ତ ଜଣକ ଘରର କବାଟ ବାଡ଼େଇ ଥିଲେ । ଶିଶୁଟି କବାଟ ଖୋଲିବାରୁ ତାକୁ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ମାଆ ଆସିଥିଲେ । ଏଣୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । କୌଶଳ କ୍ରମେ ମହିଳା ଜଣକ ପୋଲିସକୁ ଫୋନ କରିବା ପରେ ପୋଲିସ ଆସି ଉଭୟ ମାଆ ପୁଅଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ଡାକ୍ତରଖାନା ନେବା ପରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଶିଶୁର ଛାତି, ତଣ୍ଟି ଓ ମୁଣ୍ଡରେ ଏକାଧିକ ବାର ଆଘାତ କରା ଯାଇଥିଲା । ଶବ ବ୍ୟବଚ୍ଛେଦ ସମୟରେ ଶିଶୁର ପେଟରୁ ଏକ ସାତ ଇଞ୍ଚର ବ୍ଲେଡ ବାହାରିଥିବା ପୋଲିସ କହିଛି । 

ତୁମେମାନେ ମୁସଲମାନ, ତୁମ ସମସ୍ତଙ୍କୁ ମରିବାକୁ ପଡ଼ିବ କହି ଅଭିଯୁକ୍ତ ଜଣକ ଆକ୍ରମଣ କରିଥିଲେ । ମଧ୍ୟ ପ୍ରାଚ୍ୟରେ ସବୁବେଳେ ଯୁଦ୍ଧ ଚାଲିଥିବା ବେଳେ ବର୍ତ୍ତମାନ ପାଲେଷ୍ଟାଇନ ଓ ଇସ୍ରାଏଲ ଯୁଦ୍ଧ, ଅଭିଯୁକ୍ତଙ୍କ ମନରେ ମୁସଲମାନମାନଙ୍କ ପ୍ରତି ଘୃଣା ସୃଷ୍ଟି କରିଥିଲା । ଏହା ହି ଆକ୍ରମଣର ମୁଖ୍ୟ କାରଣ ବୋଲି ପୋଲିସ କହିଛି । ଏପରି ଘଟଣାରୁ ଘୃଣା ଯେ କେତେ ଭୟଙ୍କର ହୋଇପାରେ ତାହା କଳନା କରା ଯାଇପାରେ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ହୃଦୟ ବିଦାରକ ତଥା ମାନବବାଦର ହତ୍ୟା କରା ଯାଇଛି ବୋଲି କହିଛନ୍ତି । ଅଭିଯୁକ୍ତକୁ କଠୋର ଦଣ୍ତ ଦିଆଯିବ ବୋଲି କହିଛନ୍ତି ଜୋ ବାଇଡେନ ।
ଗତକାଲି ହମାସ ଯୁଦ୍ଧ ବିମାନ, ଇସ୍ରାଏଲ ସୀମା ନିକଟରେ ଆକ୍ରମଣ କରି ପାଖାପାଖି ୧୪୦୦ ଲୋକଙ୍କୁ ଗୁଳି କରି ମାରିଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଥିଲେ ବୋଲି ଜଣା ପଡ଼ିଛି । ପରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ତରଫରୁ କରା ଯାଇଥିବା ବିସ୍ଫୋରଣରେ ଗାଜା ନିକଟରେ ପାଖାପାଖି ୨୬୦୦ ଲୋକଙ୍କର ମୃତ୍ୟୁ ହୋଇ ଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପାଲେଷ୍ଟାଇନବାସୀ ଥିବା ଜଣା ପଡ଼ିଛି ।