ଆଜିଠାରୁ ରାମରାଜ୍ୟ ଆରମ୍ଭ ହେବ । ସମାଜରୁ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ । ସମସ୍ତେ ପ୍ରେମ ବାଣ୍ଟିବେ.. ପ୍ରେମର ସହ ବଞ୍ଚିବେ । ଅଯୋଧ୍ୟା ଠାରୁ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟ, ଶାନ୍ତି ରହିବ ।
ପୁର ପଲ୍ଲୀରେ ଶୁଭୁଛି ଜୟ ଶ୍ରୀରାମ ନାରା । ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସୂର୍ଯ୍ୟ ଦେବତା ମଧ୍ୟ ଆଜି ନତମସ୍ତକ ହୋଇଛନ୍ତି ।
‘ହନୁମାନ’ ସାରା ବିଶ୍ୱରେ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି। ନିର୍ମାତା ଅଯୋଧ୍ୟା ରାମ ମନ୍ଦିର ପାଇଁ ପ୍ରତ୍ୟେକ ଟିକେଟ୍ ବିକ୍ରିରେ ୫ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି।
ବିଦେଶରେ ମଧ୍ୟ ଶୁଭିଲାଣି ରାମ ନାମ। ୟୁନାଇଟେଡ ଷ୍ଟେଟସର ନ୍ୟୁୟର୍କ ଟାଇମ୍ସରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।
ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚି ଆଜି ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ସେ ଟାର୍ଗେଟ୍ କରି ପରିହାସ କରିଛନ୍ତି।
ଜଣେ ଅନନ୍ୟ ରାମ ଭକ୍ତ ରାମଙ୍କ ନାମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସତନାର ରାକେଶ ସାହୁ କହିଛନ୍ତି ଯେ ସେ ବିଶ୍ୱର ସର୍ବବୃହତ ରାମ ନାମ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ୮୪ ଲକ୍ଷ ଶବ୍ଦ, ୩ ଲକ୍ଷ ଧାଡ଼ି, ୮,୬୫୨ ପୃଷ୍ଠା ଅଛି। ଏହି ବହିର ଲମ୍ବ ୧୪୨୮ ମିଟର ଏବଂ ଓଜନ ୬୫ କିଲୋଗ୍ରାମ।
ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର କୁହାଯାଏ ଆସନ୍ତୁ ଜାଣିବା।
ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ ।
ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।
ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ..
ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ ।
ଉତ୍ପାତିଆ ହାତୀଙ୍କୁ ଚେକ୍ ଦେବେ ପ୍ରଶିକ୍ଷିତ ହାତୀ । ଧନଜୀବନ ରକ୍ଷା ପାଇଁ ବନ ବିଭାଗର ନୂଆ ପ୍ଲାନ ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।
ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।
ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।
ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି କହୁଛନ୍ତି । ମୁଁ ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA ।
ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।
ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ନିର୍ବାଚନ ସଭା କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଯଦି ତାଙ୍କ ଦଳ ସୁଯୋଗ ନପାଏ ତେବେ ଏପରି ସମସ୍ୟା ଦେଖାଯିବ ବୋଲି ସେ କହିଛନ୍ତି ।
ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ ।
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି ।
ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।
ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।
ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି, ଆମସର ଆକ୍ଟର ଉଦହାରଣ ଦେଇ ବିଷୋଦଗାର ବି କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯିଏ ସରକାରଙ୍କୁ ଆଡଭାଇସ୍ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍ ।
ମାଳଦ୍ୱୀପର ଦୁର୍ଗମ ଅଂଚଳ କୁହାଯାଉଥିବା ୱିଲମିଙ୍ଗଟନରେ ଜଣେ ନାବାଳକ ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ରାଜଧାନୀ ମାଲେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।