• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Katar
ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ...ବାହାରିଲେ ପୂର୍ବତନ ନୌସେନା ଅଧିକାରୀ

ଭାରତର ବଡ କୂଟନୈତିକ ବିଜୟ । ୧୮ ମାସ ଧରି କାତାର ଜେଲରେ ରହିଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି ।

Election Prepation
ଆସୁଛି ନିର୍ବାଚନ...ବିଜେପି ଆରମ୍ଭ କଲାଣି ପ୍ରସ୍ତୁତି, ଆଜି ବୈଠକ

ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ ।

Abudhabi Hindu Temple
ଆବୁଧାବିର ସବୁଠୁ ବଡ଼ ହିନ୍ଦୁ ମନ୍ଦିର... ପ୍ରତିଟି କୋଣରେ ଭାରତୀୟ ସଭ୍ୟତା ଓ ଭାସ୍କର୍ଯ୍ୟର ଝଲକ

ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।

17 Lakh fraud
ଡାକ୍ତରଙ୍କ ମା’ଙ୍କୁ ଚୂନା ଲଗାଇଲେ...ପୁଅ-ବୋହୂଙ୍କୁ ମୁକୁଳାଇବାକୁ କହି ୧୭ଲକ୍ଷ ଠକେଇ

ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ କହି ୧୭ ଲକ୍ଷ ଟଙ୍କା ନେଇଥିଲେ।

Kelvin Kiptum
କେନିଆର ଯୁବ ଆଥଲେଟ୍ କେଲଭିନ୍ କିପଟମଙ୍କ ଅକାଳ ବିୟୋଗ...ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ

ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଆଥଲେଟିକ୍ସ ଜଗତ। ମାରାଥନ୍ ବିଶ୍ୱ ରେକର୍ଡଧାରୀଙ୍କ ସମ୍ମାନଜନକ ସ୍ଥାନ ଅର୍ଜନ କରିଥିବା ୨୪ ବର୍ଷୀୟ କେଲଭିନଙ୍କ ଜୀବନରେ ଏଇଠି ପଡିଛି ପୂର୍ଣ୍ଣଚ୍ଛେଦ।

Panchang
Panchang Today 12th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମକରମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୬ ଗତେ ମୀନ । ତିଥି- ୩ୟା ସନ୍ଧ୍ୟା ୦୫.୪୪ ଗତେ ୪ର୍ଥୀ । ଜାଣନ୍ତୁ ଆଜି କେଉଁ ସମୟ ରହିବ ଆପଣଙ୍କ ପାଇଁ ଶୁଭ

Pakistan Election Suspense
ରାଜନୈତିକ ସଂକଟ ମୁହାଁ ପାକିସ୍ତାନ, ଫଳାଫଳ ନେଇ ସସପେନ୍ସ ଜାରି

ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Nitish kumar
ବିହାର ବିଧାନସଭାରେ ଆଜି ନୀତୀଶଙ୍କ ଫ୍ଲୋର ଟେଷ୍ଟ; ଗୃହରେ ବହୁମତ କରିବେ ସାବ୍ୟସ୍ତ

ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି ।

Dry fruits for child mind work like chanakya
Parenting Tips: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହି ପାଞ୍ଚଟି ଜିନିଷ; ଚାଣକ୍ୟ ପରି କାମକରିବ ମୁଣ୍ଡ

ଡ୍ରାଏ ଫ୍ରୁଟ୍ସ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ।

shiv sena mla
ପିଲାଙ୍କୁ ବିଧାୟକଙ୍କ ପରାମର୍ଶ...‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’

ପୁଣି ବିବାଦ ଭିତରେ ବିଧାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବିବାଦୀୟ କଥା କହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ବିଧାୟକ । ପିଲାଙ୍କୁ କହିଲେ... ‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’ ...

Australia U19 won by 79 runs
ଅଧୁରା ରହିଲା ବିଶ୍ୱକପ୍‌ ବିଜୟ ସ୍ୱପ୍ନ...ଭାରତକୁ ୭୯ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ପୁଣି ବିଶ୍ୱକପ୍‌ ହାରିଲା ଭାରତ । ଅଧାରେ ରହିଗଲା ବିଶ୍ବକପ୍‌ ବିଜୟର ସ୍ୱପ୍ନ । ପ୍ରଥମେ ସିନିୟର୍‌ ଟିମ୍‌, ଏବେ ଜୁନିୟର ଟିମ୍‌ କ୍ରିକେଟ୍ ପ୍ରେମୀଙ୍କୁ କରିଛନ୍ତି ନିରାଶ । ଭାରତକୁ ୭୯ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ...

Shamar Joseph
ଦିନେ ଥିଲେ ସିକ୍ୟୁରିଟି ଗାର୍ଡ; ଏବେ ଖେଳିବେ IPL, ଜାଣନ୍ତୁ ୩ ବର୍ଷରେ କିପରି ବଦଳିଲା ଜୋସେଫ୍‌ଙ୍କ ଜୀବନ

ବିଶ୍ୱ କ୍ରିକେଟରେ ଏବେ ଚମକୁ ଥିବା ଜୋସେଫ୍‌ଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ।

Mobile banking vehicles
ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ...କୋଟି କୋଟି ଖର୍ଚ୍ଚ ସତ୍ତ୍ବେ ଲାଗୁନି କାମରେ...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।

Dr Champeswar Panigrahi
ଦ୍ୱିତୀୟ ଈଶ୍ୱର ଡାକ୍ତର. ଚମ୍ପେଶ୍ୱର; ବଣ୍ଡାଘାଟିର ବଦଳାଇ ଦେଲେ ସ୍ୱାସ୍ଥ୍ୟ ସେବା ଚିତ୍ର

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ ।

Tribal leaders leaving BJD,
ବିଜେଡିକୁ ଭାରି ପଡ଼ିବ କି ଜନଜାତି ଭୋଟ୍ ? ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ଆଦିବାସୀ ଚେହେରା

ବିଜେଡିରୁ ମୁହଁ ଫେରାଉଛନ୍ତି ଆଦିବାସୀ ନେତା। ଆମଦାନୀ ହେଉଛନ୍ତି କର୍ପୋରେଟ ଚେହେରା। ପ୍ରଶାସନିକ ବାବୁଙ୍କୁ ଦିଆଯାଉଛି ପ୍ରଧାନ୍ୟ।

Rajya Sabha election
ରାଜ୍ୟସଭା ନିର୍ବାଚନ; ୭ ରାଜ୍ୟ ପାଇଁ ୧୪ ପ୍ରାର୍ଥୀ ଦେଲା ବିଜେପି

ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।

Accident
ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।

Politics Over Old Age Pension
କାମ ଦେବ ତ ଭତ୍ତା ଥୋପ ? ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହିତାଧିକାରୀ ନାଖୁସ୍

ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର।

Agra Man Poisons Son And Mother
ଅବସାଦ ନେଇଗଲା ଜୀବନ... ପରିବାରର ୨ଜଣଙ୍କୁ ମାରି, ନିଜେ କଲା ଆତ୍ମହତ୍ୟା ! 

ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ହୋଇଛି ମୃତ୍ୟୁ ।

Matric exams 2024
ଆସିଲା ପରୀକ୍ଷା ଋତୁ; ଚାପ କମାଇବାକୁ ଗଣଶିକ୍ଷା ବିଭାଗର ‘ଟେଲି ମାନସ’ ବ୍ୟବସ୍ଥା

ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

Settle Million People on Mars
ମଙ୍ଗଳରେ ହେବ ମେଗାସିଟି... ୧୦ଲକ୍ଷ ଲୋକ ହେବେ ସ୍ଥାନାନ୍ତର !

ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ସୋସିଆଲ ମିଡିଆ X ରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ ସଭ୍ୟତା ଅନ୍ୟ ଗ୍ରହକୁ ଖୁବଶୀଘ୍ର ଯାତ୍ରା କରିବ। ପୃଥିବୀରୁ ମହାକାଶଯାନ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।

Increases Bonus For Kendu Leaf Pluckers
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

train chain pulling rules
କେଉଁ ପରିସ୍ଥିତିରେ ଟାଣି ପାରିବେ ଟ୍ରେନ୍‌ ଚେନ୍‌...କଣ ରହିଛି ନିୟମ...

ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ରେଳବାଇର ସମସ୍ତ ନିୟମ ବିଷୟରେ ସମସ୍ତଙ୍କର ସଠିକ୍ ଜ୍ଞାନ ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ପରିସ୍ଥିତିରେ ଟାଣି ପାରିବେ ଟ୍ରେନ୍‌ ଚେନ୍‌ ? କଣ ରହିଛି ନିୟମ  ? 

Baby Missouri Dies Nap Oven
ଝୁଲଣା ଭାବି ଓଭେନରେ ରଖି ଶୋଇପଡିଲା ମା’...ଚାଲିଗଲା କଅଁଳା ଶିଶୁର ଜୀବନ

ରାତିରେ ପିଲାଟିକୁ ଖୁଆଇବା ପରେ ସେ ତାଙ୍କୁ ଝୁଲଣାରେ ଶୁଆଇବାକୁ ନେଇଥିଲେ। କିନ୍ତୁ ସେ ଜାଣି ନାହାଁନ୍ତି କିପରି ସେ ହଠାତ୍ ପିଲାଟିକୁ ଓଭେନ୍‌ରେ ରଖିଲେ।

V Sugnana Kumari Deo
ପଞ୍ଚଭୂତରେ ଲୀନ ହେଲେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି ।