• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ବିହାର, ଛତିଶଗଡ଼, ହରିୟାଣା, ୟୁପି, କର୍ଣ୍ଣାଟକ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହା ବ୍ୟତୀତ ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ମଧ୍ୟ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି । ମୋଟ ୧୪ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।

ସେହିପରି ଉତ୍ତରପ୍ରଦେଶ ପାଇଁ ସୁଦର୍ଶନ ତ୍ରିବେଦୀ, ଆରପିଏନ୍ ସିଂ, ଚୌଧୁରୀ ତେଜଭୀର ସିଂ, ସାଧନା ସିଂ, ଅମରପାଲ ମୌର୍ଯ୍ୟ, ସାଙ୍ଗିତା ବଲୱନ୍ତ ଏବଂ ନବୀନ ଜୈନଙ୍କ ଦଳ ପ୍ରାର୍ଥୀ କରିଛି । ଉତ୍ତରାଖଣ୍ଡ ପାଇଁ ମହେନ୍ଦ୍ର ଭଟ୍ଟ ଓ ପଶ୍ଚିମବଙ୍ଗ ପାଇଁ ସାମିକ ଭଟ୍ଟାଚାର୍ଯ୍ୟଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଗତ ୮ ତାରିଖ ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ୧୫ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ପଡ଼ିବ । ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।