• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିହାର ବିଧାନସଭାରେ ଆଜି ନୀତୀଶ କୁମାରଙ୍କ ଫ୍ଲୋର ଟେଷ୍ଟ । ନୀତୀଶ କୁମାର ତାଙ୍କର ସାମର୍ଥ୍ୟ ଦେଖାଇବେ, ମାନେ ତାଙ୍କ ସପକ୍ଷରେ ବହୁମତ ଥିବା ସାବ୍ୟସ୍ତ କରିବେ । ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ରହିଛି ଭାଗ୍ୟ ପରୀକ୍ଷା । ସେପଟେ ଆରଜେଡି ନେତା ତେଜସ୍ୱୀଙ୍କ ବାସଭବନରେ ୭୯ ବିଧାୟକ ରହିଥିବା ବେଳେ, କଂଗ୍ରେସ ନେତା ମାନେ ହାଇଦ୍ରାବାଦରୁ ଫେରିଛନ୍ତି ।

ଏପଟେ ଗତକାଲି ରାତିରୁ ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି । ତେବେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶଙ୍କ ସପକ୍ଷରେ କେତେ ରହିଛି ଭୋଟ, ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ: ପିଲାଙ୍କୁ ବିଧାୟକଙ୍କ ପରାମର୍ଶ...‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’

ନିକଟରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନୀତୀଶ । ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ୟଙ୍କୁ ମିଶାଇଲେ ୧୨୮ ରହିଛି । ଏଥିରୁ ବିଜେପିରୁ ୭୮, ଜେଡିୟୁର ୪୫ ସଦସ୍ୟ, HAM(S)ର ୪ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ସେପଟେ ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ରହିଛନ୍ତି ।

ଜାନୁଆରୀ ୨୮ ତାରିଖ ଦିନ ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ।

ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ସେମାନେ ହେଲେ- JDUର ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର, BJPର ପ୍ରେମ କୁମାର, ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏବଂ ନିର୍ଦ୍ଦଳୀୟ ବିଧାୟକ ସୁମିତ କୁମାର ସିଂ ।