• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ । ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ।

ପଦାଧିକାରୀ ବୈଠକରେ ୨୪ ନିର୍ବାଚନ ନେଇ ରଣନୀତି ନେଇ ହେବ ଆଲୋଚନା । ଏହା ସହ ୨୪ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ପରେ ପରେ ବିଜେପିର ବିଭିନ୍ନ ମୋର୍ଚ୍ଚା ସଭାପତି ଓ ପ୍ରଭାରୀଙ୍କ ସହ ମଧ୍ୟ ନିର୍ବାଚନ ପ୍ରଭାରିଙ୍କ ବୈଠକ ରହିଛି ।

ଏହା ସହ ସମସ୍ତ ଲୋକାବହା ପ୍ରଭରୀଙ୍କ ସହ ଆଲୋଚନା କରିପାରନ୍ତି ନିର୍ବାଚନ ପ୍ରଭାରୀ । ଗସ୍ତ ଅବସରରେ ଉଭୟ ନେତା କହିଛନ୍ତି ଓଡ଼ିଶାରେ ଏଥର ବିଜେପି ନିଶ୍ଚିତ ରୂପେ ସରକାର ଗଢ଼ିବ । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତକାଲି କହିଥିଲେ, ଓଡ଼ିଶାରେ ହେବ ଡବଲ ଉଞ୍ଜିନ ସରକାର ।

ଅଧିକ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ; ୭ ରାଜ୍ୟ ପାଇଁ ୧୪ ପ୍ରାର୍ଥୀ ଦେଲା ବିଜେପି

୮୦ ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ ରୁ ଅଧିକ ସାଂସଦ ମଧ୍ୟ ଜିତିକି ଆସିବେ । ସେହିପରି ସହ ପ୍ରଭାରୀ କହିଥିଲେ ଜଗନ୍ନାଥଙ୍କ ଭୂମିକୁ ଆସି ବହୁତ ଖୁସି ଲାଗୁଛି । ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି ।

ମହିଳାମାନେ ଆମ ସହିତ ଅଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳାମାନଙ୍କର ସବୁଠୁ ବଡ଼ ଅବଦାନ ରହିବ । ଏହା ସତ କଥା ଯେ ସଂସଦରେ କିଛି ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ କରିଛି । କିନ୍ତୁ ତାହା ମାନେ ନୁହେଁ ଆମେ ତାଙ୍କ ସହ ମିଶିକି ଅଛୁ । ସେମିତି ପୂର୍ବରୁ ଚନ୍ଦ୍ର ଶେଖର ରାଓ ବି କରିଥିଲେ ଏବଂ ଅନ୍ୟ ଦଳମାନେ ବି କରିଛନ୍ତି ।

ପ୍ରସଙ୍ଗ ଭିତ୍ତିରେ ସହମତି କରିଥାନ୍ତି । ତେଣୁ ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ ଏବଂ ସରକାର ଗଢିବା ପାଇଁ ଲଢ଼ିବ । ରାମ ମନ୍ଦିର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଆମେ ଏଠି ସରକାର ଗଢିବାରେ ସମର୍ଥ ହେବୁ ବୋଲି କହିଥିଲେ ସହ ପ୍ରଭାରୀ ।