/odishatv-khabar/media/post_attachments/uploadimage/library/16_9/16_9_0/Accident_1707662867.jpg)
Accident
ପିକ୍ଅପ୍ ଓଲଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୋକରିପଡା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟିଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬୦ରୁ ଅଧିକ ଶ୍ରମିକ ଚାଷ କାମ ସାରି ଫେରିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।
ଫଳରେ ଗାଡ଼ିରେ ବସିଥିବା କିଛି ଶ୍ରମିକ ଆହତ ହୋଇଥିଲେ । ୩୦ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ମାତ୍ର କିଛି ସମୟ ପୂର୍ବରୁ ଏକ ବସ ଦୁର୍ଘଟଣା ହୋଇଥିଲା । ରାଉରକେଲାରୁ କୁସୁମୀକୁ ଯାଉଥିବା ବିଟୁ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଜଣ ଆହତ ହୋଇଥିଲେ । ସମସ୍ତ ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ କାହିଁକି ଦୁର୍ଘଟଣା ହେଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଆହତ ମାନଙ୍କୁ ହସ୍ପିଟାଲ ପଠାଯାଇଛି । ଘଟଣାରେ କାହାରି ମୃତାହତ ହୋଇ ନଥିବା ଜଣା ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)