• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ବିଶ୍ୱକପ୍‌ ହାରିଲା ଭାରତ । ଅଧୁରା ରହିଗଲା ବିଶ୍ବକପ୍‌ ବିଜୟର ସ୍ୱପ୍ନ । ପ୍ରଥମେ ସିନିୟର୍‌ ଟିମ୍‌, ଏବେ ଜୁନିୟର ଟିମ୍‌ କ୍ରିକେଟ୍ ପ୍ରେମୀଙ୍କୁ କରିଛନ୍ତି ନିରାଶ । ମାଡ଼ିକାମୁଡ଼ି ପଡ଼ିଛି ଭରାତୀୟ ଟିମ୍‌ । ଅଷ୍ଟ୍ରେଲିଆ ବିପକ୍ଷରେ ଲଜ୍ଜାଜନକ ଭାବେ ପରାଜୟ ଗ୍ରହଣ କରିଛି ଭାରତ । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି ଅଣ୍ଡର-19 ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୭୯ ରନ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । 

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କଙ୍ଗାରୁ ଦଳ ୭ ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା । ୨୫୪ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଆରମ୍ଭରୁ ଖେଳି ପାରନଥିଲେ । ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ୧୭୪ ରନ୍ କରି ଅଲ୍‌ଆଉଟ୍‌ ହୋଇଥିଲା ଭାରତୀୟ ଦଳ । ଏହା ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି  ।

ରେକର୍ଡ ସ୍କୋର କରିଛି ଅଷ୍ଟ୍ରେଲିଆ...

ଭାରତ ବିପକ୍ଷ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା । ଟୁର୍ନାମେଣ୍ଟରେ ଖେଳାଯାଇଥିବା ଫାଇନାଲ୍‌ର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର । ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ନାମରେ ଥିଲା ଏହି ରେକର୍ଡ଼ । ଇଂଲଣ୍ଡ ବିପକ୍ଷରେ ୨୪୧ ରନ୍ ସଂଗ୍ରହ କରିଥିଲା ନ୍ୟୁଜିଲ୍ୟାଣ୍ଡ । 

କଙ୍ଗାରୁ ଦଳ ପାଇଁ ହିରୋ ସାଜିଥିଲେ ହରଜସ୍‌ ସିଂ...

ଆଜି କଙ୍ଗାରୁ ଦଳ ପାଇଁ ହିରୋ ସାଜିଥିଲେ ହରଜସ୍‌ ସିଂ । ବିଶ୍ୱକପ ଫାଇନାଲରେ ସବୁଠାରୁ ବଡ଼ ଇନିଂସ ଖେଳିଥିଲେ ହରଜସ୍‌ ସିଂ । ସେ ୬୪ ବଲ୍‌ ଖେଳି ୫୫ ରନ୍‌ ସଂଗ୍ରହ କରିଥିଲେ ସେଥିରେ ୩ଟି ଚୌକା ଓ ୩ଟି ଛକା ସାମିଲି ରହିଛି । ଏହି ମ୍ୟାଚ୍‌ରେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବରେ ଅର୍ଦ୍ଧଶତକ କରିପାରିଥିଲେ ।  ଯାହାକି ଅଷ୍ଟ୍ରେଲିଆର ସ୍କୋରକୁ ୨୫୩ ରନରେ ନେବାରେ ତାଙ୍କର ଇନିଂସ ଗୁରୁତ୍ୱପୂର୍ଣ୍ଣ ଥିଲା । କ୍ୟାପଟେନ ହଗ୍ ୪୮ ରନ୍ ସଂଗ୍ରହ କରିଥିବାବେଳେ ଅଲିଭର ୪୬ ରନ୍ ସଂଗ୍ରହ କରିଥିଲେ ।

ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ରିଆନ ହକ୍ସ ୨୦ ରନ କରିଥିଲେ । ଭାରତ ପକ୍ଷରୁ  ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବାବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।