Advertisment

ଦିନେ ଥିଲେ ସିକ୍ୟୁରିଟି ଗାର୍ଡ; ଏବେ ଖେଳିବେ IPL, ଜାଣନ୍ତୁ ୩ ବର୍ଷରେ କିପରି ବଦଳିଲା ଜୋସେଫ୍‌ଙ୍କ ଜୀବନ

ବିଶ୍ୱ କ୍ରିକେଟରେ ଏବେ ଚମକୁ ଥିବା ଜୋସେଫ୍‌ଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ।

author-image
Santosh Kumar Sahoo
Shamar Joseph

Shamar Joseph

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଆଇପିଏଲ। ଏଥିପାଇଁ ସବୁ ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରସ୍ତୁତି ଜୋରସୋରରେ ଜାରି ରଖିଛନ୍ତି। ତେବେ ଆଇପିଏଲ ୨୦୨୪ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏକ ବଡ଼ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ଇଂଲଣ୍ଡ ଦ୍ରୁତ୍‌ ବୋଲର ମାର୍କ ଉଡ୍‌ଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ୍‌ ବୋଲର ସମାର ଜୋଶେଫଙ୍କୁ ଦଳରେ ସାମିଲ କରିଛି। ୨୦୨୪ IPL ସିଜିନ୍ ପାଇଁ ଜୋସେଫ୍‌ଙ୍କୁ ୩ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଚଳିତ ବର୍ଷ ଜାନୁୟାରୀରେ ହିଁ ଅର୍ନ୍ତଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଜୋସେଫ୍‌। ଆଉ ଡେବ୍ୟୁ ମ୍ୟାଚ୍‌ରେ ହିଁ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ମାଟିରେ ହିଁ କଙ୍ଗାରୁ ଦଳକୁ ପରାସ୍ତ କରିଥିଲା ୱେଷ୍ଟଇଣ୍ଡିଜ୍‌। ଡେବ୍ୟୁ ସିରିଜ୍‌ରେ ନିଜର ଦମଦାର ବୋଲିଂ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୋସେଫ୍‌।

Advertisment

ବିଶ୍ୱ କ୍ରିକେଟରେ ଏବେ ଚମକୁ ଥିବା ଜୋସେଫ୍‌ଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ। ଶମର ଜୋସେଫ୍‌ଙ୍କ ପିଲାଦିନ ଅତ୍ୟନ୍ତ ଗରିବୀରେ ବିତିଥିଲା। ୮ ଭାଇ ଓ ଭଉଣୀଙ୍କ ମଧ୍ୟରେ ବଢ଼ିଥିଲେ ଜୋସେଫ୍‌। ତେବେ ନିଜର ଭୋକ ମେଣ୍ଟାଇବା ସହ ପରିବାର ଚଳାଇବା ପାଇଁ ଶେଷରେ ତାଙ୍କ ସିକ୍ୟୁରିଟି ଗାର୍ଡ ଚାକିରି କରିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ କ୍ରିକେଟ ପ୍ରତି ତାଙ୍କ ରୁଚି କମିନଥିଲା। ଆରମ୍ଭରୁ ଜୋସେଫ୍‌ ଟେନିସ୍‌ ବଲ୍‌ରେ ଅଭ୍ୟାସ କରୁଥିଲେ। କିନ୍ତୁ ତାଙ୍କ ପେସ୍‌ ଓ ଜବରଦସ୍ତ ଲାଇନ୍, ଲେନ୍ଥ ପାଇଁ ସେ ଲୋକ ଲୋଚନକୁ ଆସିଥିଲେ। ତେବେ ୨୦୨୧ ମସିହା ପର୍ଯ୍ୟନ୍ତ ମଧ୍ୟ ସେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପେସ୍‌ ଓ ଲାଇନ୍‌ ପାଇଁ ଶେଷରେ ତାଙ୍କୁ ଗୁୟାନାର ଫାଷ୍ଟକ୍ଲାସ୍‌ ଟିମ୍‌ରେ ସ୍ଥାନ ମିଳିଥିଲା।

ଏହାପରେ ଆଉ ପଛକୁ ଫେରିନଥିଲେ ଜୋସେଫ୍‌। ଫାଷ୍ଟକ୍ଲାସ୍‌ରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ CPL-2023ରେ ଖେଳିବାକୁ ସୁଯୋଗ ମିଳିଥିଲା। ସିପିଏଲ୍‌ରେ ୧୪୦ରୁ ଅଧିକ ସ୍ପିଡ୍‌ରେ ‍ବୋଲିଂ କରି ସେ ସମସ୍ତଙ୍କ ନଜରକୁ ଆସିଥିଲେ। CPL-2023ରେ ଦମଦାର ପ୍ରଦର୍ଶନ କରିବା ପରେ ୱେଷ୍ଟଇଣ୍ଡିଜ୍‌ ଜାତୀୟ ଦଳରେ ସାମିଲ ହୋଇଥିଲେ ଶମର ଜୋସେଫ୍‌। ଆଉ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଡେବ୍ୟୁ କରି ନିଜର ବୋଲିଂର ଛାପ ଛାଡ଼ିଥିଲେ ସେ। ଜୋସେଫ୍‌ଙ୍କ ଘାତକ ବୋଲିଂ ବଳରେ ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଦଳ ଭାବରେ ଅଷ୍ଟ୍ରେଲିଆକୁ ପିଙ୍କ୍ ବଲ ଟେଷ୍ଟରେ ଧୂଳି ଚଟାଇବାରେ ସଫଳ ହୋଇଥିଲା। ଶମର ଜୋସେଫ୍‌ ଅଷ୍ଟ୍ରେଲିଆ ଗସ୍ତରେ ମୋଟ ୧୩ଟି ୱିକେଟ୍ ନିଜ ନାଁରେ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ପୁରଷ୍କାର ଦିଆଯାଇଥିଲା।

Advertisment

ସିକ୍ୟୁରିଟି ଗାର୍ଡରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଶମର ଜୋସେଫ୍‌ଙ୍କ ଏହି ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ ଥିଲା। ପ୍ରଥମେ ଡୋମେଷ୍ଟିକ୍‌ କ୍ରିକେଟ ପରେ CPL ଓ ଅର୍ନ୍ତଜାତୀୟ କ୍ରିକେଟରେ ସଭିଙ୍କୁ ପ୍ରଭାବିତ କରିବା ପରେ ଏବେ ଜୋସେଫ୍‌ଙ୍କ ନଜରରେ IPL।

IPL West Indies West Indies Cricket Superstar
Advertisment
Advertisment